କଣ୍ଟାବାଞ୍ଜି ମାଟିର ମହୋତ୍ସବ ପାଇଁ ରଙ୍ଗୋଲି ପ୍ରତିଯୋଗିତା...
କଣ୍ଟାବାଞ୍ଜି,୦୭/୦୧: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଅବସରରେ ମାରୱାଡ଼ି ୟୁବା ମଞ୍ଚ ପ୍ରଗତି ଶାଖା କଣ୍ଟାବାଞ୍ଜି ଓ ରାଧା ରାଣୀ ସ୍ବୟଂ ସହାୟକ ଗୋଷ୍ଠୀ କଣ୍ଟାବାଞ୍ଜି ର ମିଳିତ ଆନୁକୁଲ୍ୟରେ ରଂଗୋଲି ପ୍ରତିଯୋଗିତା ଆମ୍ବେଦକର ଛକ ଠାରୁ ରେଲୱେ ଖେଲ ପଡ଼ିଆ ରାସ୍ତା ରେ ଅନୁଷ୍ଠିତ ହୋଇ ଯାଇଅଛି।
Ad..
ଏହି ପ୍ରତିଯୋଗିତାରେ ଶହ ଶହ ସଂଖ୍ୟାରେ ପ୍ରତିଯୋଗି ମାନେ ଭାଗ ନେଇ ସମସ୍ତ ସମ୍ମୁଖିନ ରେ ତାଙ୍କ ଭିତରେ ଥିବା କଳାକୃତି ପ୍ରଦର୍ଶିତ କରିଥିଲେ। ଏଥିରେ ଭିନ୍ନ ଭିନ୍ନ ପ୍ରକାର ମୁରୁଜରେ ଚିତ୍ର ଆଙ୍କି ଥିବା ଦେଖିବାକୁ ମିଳିଛି।
Ad..
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରେଲ ବିଭାଗ ବରିଷ୍ଠ ଅଧିକାରୀ ୟୁ.ସି ବାଥମ,ସମ୍ମାନୀତ ଅତିଥି ଭାବେ କଣ୍ଟାବାଞ୍ଜି ରେଲୱେ ବିଭାଗ ଇଏନ ପ୍ରଶାନ୍ତ କୁମାର, ମାଟିର ମହୋତ୍ସବ ସଭାପତି ବ୍ରଜ ଶ୍ୟାମ ଗୁରୁ, ଡାକ୍ତର ଗୋବିନ୍ଦ ଅଗ୍ରୱାଲ, ଶୀତଳ ଅଗ୍ରୱାଲ,ମାରୱାଡ଼ି ୟୁବା ମଞ୍ଚ ପ୍ରଗତି ଶାଖାରୁଚି ଖଣ୍ଡେୱାଲ, ପୂଜା ଅଗ୍ରୱାଲ,ରାଧା ରାଣୀ ସ୍ବୟଂ ସହାୟକ ଗୋଷ୍ଠୀ ର ରେଣୁକା ବେହେରା, ଯଶୋବନ୍ତି ବିଶି ପ୍ରମୁଖ ମଞ୍ଚାସିନ ଥିଲେ।
ସହ ସମ୍ପାଦକ ଦିନେଶ ମାହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। ପ୍ରତିଯୋଗିତା ରେ ବିଚାରକ ଭାବେ କଲା ଶିକ୍ଷକ ବିଶ୍ବ ରଞ୍ଜନ ଦାସ,ହରି ଚନ୍ଦନ ଲେଙ୍କା ଯୋଗ ଦେଇଥିବା ବେଳେ ଦିପ୍ତିବାହା ବେହେରା, ଅଞ୍ଜଳି ମାଝି ଙ୍କ ସହ ମାଟିର ମହୋତ୍ସବ କମିଟି ର ସମସ୍ତ ପଦାଧିକାରୀ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାର ବିଜେତାଙ୍କୁ ମାଟିର ମହୋତ୍ସବ ମଞ୍ଚ ରେ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି।
Edited by k.s thakur...
Tags:
kantabanji
latest news
latest update
matir mahotsav committee
odisha daily current affairs
odisha news
Rangoli compitition



