ରାଜ୍ୟରେ ବ୍ୟାନ୍ ହେବ ନାହିଁ ପାନ ମସଲା...
ଭୁବନେଶ୍ଵର,୩୦/୦୧ : ରାଜ୍ୟରେ ବ୍ୟାନ୍ ହେବନି ପାନ ମସଲା। ରାଜ୍ୟରେ ନିଶା ଦ୍ରବ୍ୟରେ ଆସୁଥିବା ଗୁଟଖା ବିକ୍ରି ବନ୍ଦ ହୋଇଥିବା ବେଳେ ପାନ ମସଲା ବିକ୍ରି ବନ୍ଦ ହେବ ନାହିଁ ସିଟି ଜିଏସଟି ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି।
Ad..
ଚିଠି ଲେଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।ପାନ ମସଲାରେ ଟବାକୋ ଓ ନିକୋଟିନ୍ ନଥିବା ଚିଠିରେ ଉଲ୍ଲେଖ ରହିଛି।ସେଥିପାଇଁ ବଜାରରେ ପାନ ମସଲା ବିକ୍ରି ବନ୍ଦ ହେବ ନାହିଁ। କିନ୍ତୁ ଖୁଟଖା, ଜର୍ଦ୍ଦା ଓ ଖଇନି ଉପରେ କଟକଣା ଜାରି ରହିବ।
Ad..
ଚିଠିରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ, ଆଇଏଏସ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଉଁ ପାନ ମସଲା ଉତ୍ପାଦଗୁଡ଼ିକରେ ତମାଖୁ କିମ୍ବା ନିକୋଟିନ ନାହିଁ, ସେଗୁଡ଼ିକ ସାମ୍ପ୍ରତିକ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଲାଗୁ ହୋଇଥିବା ନିଷେଧ ପରିସରଭୁକ୍ତ ନୁହେଁ।
Ad..
ସ୍ପଷ୍ଟୀକରଣରେ ଜାନୁଆରୀ ୨୧ ରେ ଜାରି ହୋଇଥିବା ଏକ ବିଜ୍ଞପ୍ତିକୁ ଉଲ୍ଲେଖ କରାଯାଇଛି ଏବଂ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଏହି ନିଷେଧ କେବଳ ତମାଖୁ କିମ୍ବା ନିକୋଟିନ ଥିବା ଉତ୍ପାଦ ପାଇଁ ପ୍ରଯୁଜ୍ୟ। ଏହି ପଦାର୍ଥ ମୁକ୍ତ ପାନ ମସଲା ଓଡ଼ିଶାରେ ଆଇନଗତ ଭାବରେ ବିକ୍ରୟ ଏବଂ ବଣ୍ଟନ ଜାରି ରହିବ।
ସୂଚନା ଯୋଗ୍ୟ ଗତ ସପ୍ତାହରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗୁଟଖା ବିକ୍ରି ଉପରେ ନିଷେଧାଦେଶ ଜାରି ହୋଇଛି।ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଓଡ଼ିଶା ସରକାର ଗୁଟଖା, ପାନ ମସଲା, ଖଇନି ଓ ଜର୍ଦ୍ଦା ଭଳି ସାମଗ୍ରୀ ବିକ୍ରି ଉପରେ କଟକଣା ଜାରି କରିଛନ୍ତି। ଗୁଟୁଖାରେ ନିକୋଟିନ୍ ରହୁଥିବାରୁ ଏହା ଉପରେ ବ୍ୟାନ୍ ଲଗାଯାଇଛି।
Edited by k.s thakur...
Tags:
Bhubaneswar
latest news
latest update
no restriction
odisha daily current affairs
odisha news
pan masala




