ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ...
ଭୁବନେଶ୍ବର,୨୯/୦୧(ନି.ପ୍ର): ଅଜିତ ପାୱାରଙ୍କ ବିୟୋଗରେ ନବୀନଙ୍କ ଶୋକ । ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ଏହି ଘଟଣାରେ ସେ ସ୍ତବ୍ଧ ବୋଲି କହିଛନ୍ତି।
Ad..
ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ବାରାମତୀ ନିକଟରେ ହୋଇଥିବା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସହଯାତ୍ରୀଙ୍କ ମୃତ୍ୟୁ ହୋଇଛି।ଏହି ବିଷୟରେ ଜାଣି ମୁଁ ଗଭୀର ଭାବେ ମର୍ମାହତ ଏବଂ ଦୁଃଖିତ। ଏହାସହିତ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି ନବୀନ।
Ad..
ବାରାମତିରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ ଘଟିଛି।ବାରାମତିରେ ଅବତରଣ ବେଳେ ଦୁଇ ଖଣ୍ଡ ହୋଇ ଜଳିଗଲା ବିମାନ। ଦୁର୍ଘଟଣାରେ ମୋଟ ୫ ଜଣଙ୍କ ଦେହାନ୍ତ ହେଇଥିବା ବେଳେ ଅଜିତ ପାୱାର, ଜଣେ ପିଏସଓ, ଜଣେ ଆଟେଣ୍ଡାଣ୍ଟ ମୃତ ଏବଂ ଜଣେ ପାଇଲଟ ଓ ଜଣେ ବିମାନ କର୍ମଚାରୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି।
Ad..
ମହାରାଷ୍ଟ୍ରର ବଡ଼ ନେତା ଶରଦ ପାୱାରଙ୍କ ପୁତୁରା ହେଉଛନ୍ତି ଅଜିତ । କାକାଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଅଜିତ। ଏନସିପିକୁ ଭାଙ୍ଗି ବିଜେପି ସହିତ ମେଣ୍ଟ କରିଥିଲେ। ବିଜେପି ସହିତ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବା ସହ ନିଜେ ଡେପୁଟି ସିଏମ ଥିଲେ ଅଜିତ ପାୱାର।
Edited by k.s thakur...
Tags:
Ajit Pawar
Bhubaneswar
condolence
latest news
latest update
Naveen Patnaik
odisha daily current affairs
odisha news
opposition leader
plane crash




