ନୂଆ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା...
ଭୁବନେଶ୍ଵର,୧୮/୦୧ : ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀମାନଙ୍କୁ ଜାନୁଆରୀ ୧୮ ତାରିଖ ବଦଳରେ ଜାନୁଆରୀ ୨୨ ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।
Ad..
ଏ ନେଇ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ଟ୍ୱିଟ କରି କୁହାଯାଇଛି।ପୂର୍ବରୁ ସୁଭଦ୍ରା ଟଙ୍କା ଆଜି ଦିଆଯିବ ବୋଲି ଘୋଷଣା ହୋଇଥିଲା।ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି।
Ad..
ତାଙ୍କ ଭିତରୁ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ।ସେହିପରି ପ୍ରଥମ ଓ ଦ୍ଵିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ବି ଏକାଥରକେ ୨ଟି କିସ୍ତି ପାଇବେ।
Ad..
Edited by k.s thakur...
Tags:
Bhubaneswar
deputy cm prabhati parida
latest news
latest update
odisha daily current affairs
odisha news
Subhadra yojana




