ନାଗରିକ କମିଟି ସହଯୋଗରେ ଛତିଶଗଡ ରୁ ନିଖୋଜ ବୃଦ୍ଧ କୁ କଣ୍ଟାବାଞ୍ଜି ଥାନା ରେ ତାଙ୍କ ପରିଜନ ଙ୍କୁ ହସ୍ତାନ୍ତର...
କଣ୍ଟାବାଞ୍ଜି,୩୧/୦୧(ନି.ପ୍ର): ଗୁରୁବାର ଦିନ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ଛତିଶଗଡ ନିବାସୀ ରାଉତପୁର,ପୋଷ୍ଟ ବାଳଶାମୁଣ୍ଡ,ଥାନା : ବେମେତରାର ଜଣେ ବୃଦ୍ଧ ଲୋକ ନିଖୋଜ ଖବର ପାଇ ଗତକାଲି କଣ୍ଟାବାଞ୍ଜି ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଗୋପାଳଚନ୍ଦ୍ର କର୍ଣ୍ଣ ଙ୍କୁ ଏକ ଲିଖିତ ଏତଲା ଦିଆଯାଇଥିଲା।
Ad..
କଣ୍ଟାବାଞ୍ଜି ପୋଲିସ ପ୍ରଶାସନ ଙ୍କୁ ଧନ୍ୟବାଦ ମାତ୍ର ଗୋଟେ ଦିନରେ ନିଖୋଜ ବୃଦ୍ଧ ବ୍ୟକ୍ତିଙ୍କର ପରିବାରଙ୍କୁ ପୋଲିସ ନିଜ ଜରିଆରେ ଯୋଗାଯୋଗ କରି ଦେଇଥିଲେ। କଣ୍ଟାବାଞ୍ଜି ନାଗରିକ କମିଟିର ସହଯୋଗରେ ବିଶେଷ କରି କମିଟି ସଭାପତି ଅରୁନ କୁମାର ତାଣ୍ଡି ଓ ସଦସ୍ୟ ହୃଷିକେଶ ସୁନାଙ୍କର ସାହାଯ୍ୟରେ...
Ad..
ବୃଦ୍ଧା ବ୍ୟକ୍ତି ପରିବାରର ତାଙ୍କ ପୁଅ ଜଗଦୀଶ ବାରଲେ,ପିତା ମୋହନ ଓରଫ ବାରତୁ ବାରଲେ ବୟସ ୭୦, ଛାତିଶଗଡ ରାଜ୍ୟ ରୁ କଣ୍ଟାବାଞ୍ଜି ସହର କୁ ଆସିଥିଲେ ଏବଂ କଣ୍ଟାବାଞ୍ଜି ନାଗରିକ କମିଟିର ଲିଖିତ ମାଧ୍ୟମରେ ବୃଦ୍ଧା ବ୍ୟକ୍ତି ମୋହନ ବାରଲେ(ବରାତୁ ) ଙ୍କୁ ତାଙ୍କ ପୁଅ ଜଗଦୀଶ ବାରଲେ ଙ୍କୁ ହସ୍ତାନ୍ତର କରିଥିଲେ।
Ad..
ଜଗଦୀଶ ବାରଲେ ଙ୍କ ସହ ତାଙ୍କ ପଞ୍ଚାୟତର ସରପଞ୍ଚ ଶ୍ରୀ ସୁରେଶ କୋରଲେ,ଗ୍ରାମ ପଞ୍ଚାୟତ ରାଉତପୁର ଜିଲ୍ଲା ବେମତାରା, ରାଜ୍ୟ ଛତିଶଗଡ ମଧ୍ୟ ଉପସ୍ଥିତ ଥିଲେ ମୁକଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷ ରୁ ସଭାପତି ଅରୁନ କୁମାର ତାଣ୍ଡି,ଉପ ସଭାପତି ରାଜୁ ଛତ୍ରିଆ,ସହ ସମ୍ପାଦକ ଜିତୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...
Tags:
kantabanji
latest news
latest update
missing elder man
nagrik committee
odisha daily current affairs
odisha news
police




