ଖଇରା ଠାରେ ମାଘ ମକର ଉତ୍ସବ ପାଳିତ...
ବଙ୍ଗୋମୁଣ୍ଡା,୧୪/୦୧(ନିପ୍ର): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ଗାଁ ଠାରେ ମାଘ ମକର ସଂକ୍ରାନ୍ତି ଉତ୍ସବ ବଡ଼ ଧୁମୁ ଧାମ ରେ ଆଡମ୍ବ ପୂର୍ଣ୍ଣ ଭାରେ କଳସଯାତ୍ରାରେସହସ୍ରାଧିକ ମାଁମହିଳା, କୁମାରୀ କନ୍ୟା ମାନଙ୍କ ସହଯୋଗରେପବିତ୍ର ଜଳ ପୂର୍ଣ୍ଣ କଳସ ଆଣା ଯାଇ ଯଜ୍ଞ ମଣ୍ଡପ ଠାରେ ଅଧିବାସ ସ୍ଥାପନ ପାଳିତ ହୋଇଛି।
Ad..
ସନ୍ଧ୍ୟା ୬ଟା ୩୦ ମିନିଟି ବେଳେ ବ୍ରହ୍ମ ଅବଧୂତ ଭଗବାନ ବାବା,ଆନନ୍ଦ ବାବା,କିଶୋର ବାବା,କପିଳେନ୍ଦ୍ରବାବା,ସନ୍ତୋଷ ବାବା ଙ୍କ ଦ୍ଵାରା ଅଖଣ୍ଡ ବ୍ରହ୍ମ ଧୂନି ସ୍ଥାପନ କରାଯାଇ ଥିଲା।ରାତ୍ରି କାଲିନରେ ଅଲେଖ ମହିମା ଙ୍କ ଆଠ ଭଜନ,ପ୍ରବଚନର ଆୟୋଜନ କରାଯାଇଥିଲା।
Ad..
ପରେସାଂସ୍କୃତିକ ରଙ୍ଗା ରଙ୍ଗ ମନୋରଞ୍ଜକାର୍ଯ୍ୟକ୍ରମ କରାଯାଇଥିଲା।ମୁଖ୍ୟ ଆୟୋଜକ ପଣ୍ଡିତ ଅକ୍ଷୟତ୍ୟାଗି,ମଞ୍ଚ ପରିଚାଳନା କରିଥିଲେ ଓ ଗ୍ରାମର ଯୁବକ ଚପେଶ୍ୱର ବେହେରା, ସଂଯୋଜନା କରିଥିଲେ।ଉକ୍ତ ବିଶେଷ କାର୍ଯ୍ୟକ୍ରମରେ ସଂଞ୍ଚାର ରତ୍ନ ବାୟକ ସୁଧାରକର ସାହୁ ମଧ୍ୟ ଯୋଗ ଦେଇଥିଲେ।
Ad..
ଖଇରା ଗାଁର ବାଳିକା ମାନଙ୍କ ଦ୍ୱାରା ବିଭିନ୍ନ ଚମତ୍କାର ନୃତ୍ୟ ପରିବେଷଣ କରି ଜନତା ଙ୍କ ମନଙ୍କୁ ମୁଗ୍ଧ କରିଥିଲା।ତେବେ ଆଜି ବୁଧବାର ୧୪ ତାରିଖ ନାମଯଜ୍ଞ ଶୁଭ ଆରମ୍ଭ ଓ ୧୫ ତାରିଖ ଗୁରୁବାର ପୂର୍ଣ୍ଣ ହୁତି କରା ଯିବବୋଲି କମିଟି ପକ୍ଷରୁ ସୂଚନା ମିଳିଛି।
Edited by k.s thakur...
Tags:
bangomunda
latest news
latest update
makar sankranti
odisha daily current affairs
odisha news
utsav




