ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ୩୦ ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ...

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ୩୦ ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ...


ଭୁବନେଶ୍ଵର/ବ୍ରହ୍ମପୁର,୦୪/୦୧ : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ୩୦ ହଜାର ପୃଷ୍ଠାର ଚାର୍ଜସିଟ ଏସଡ଼ିଜେଏମ୍ କୋର୍ଟରେ ଦାଖଲ କଲା ପୋଲିସ। ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୁଲିସ ଆଜି ଅପରାହ୍ନରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି।

        Ad..


ଏହି ଚାର୍ଜସିଟ୍‌ ପ୍ରାୟ ୩୦ ହଜାରରୁ ଅଧିକ ପୃଷ୍ଠା ସମ୍ବଳିତ। ପୁଲିସ ପକ୍ଷରୁ ଏହି ବିଶାଳ ରିପୋର୍ଟକୁ ଏକ ସ୍ୱତନ୍ତ୍ର ଟ୍ରଙ୍କ୍ ମାଧ୍ୟମରେ କୋର୍ଟକୁ ଅଣାଯିବାର କରାଯାଇଛି।ଗତ ଡିସେମ୍ବର ୯ ତାରିଖରେ ପୁଲିସ ଏହି ମାମଲାର କେସ୍ ଡାଏରୀ ବା ସିଡ଼ି (CD) କୋର୍ଟରେ ଦାଖଲ କରିଥିଲା।

ଏହି ମାମଲାରେ ପୋଲିସ ଗିରଫ କରିଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, ବିଜେଡ଼ି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇ ରହିଛନ୍ତି। ଏହି ମାମଲାରେ ଜାମିନ ପାଇଁ ବିକ୍ରମ ପଣ୍ଡା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି।




Edited by k.s thakur...

Post a Comment

Previous Post Next Post