କଣ୍ଟାବାଞ୍ଜି ନାଗରିକ କମିଟି ସହାୟତାରେ ଚିକିତ୍ସା ପରେ ଘରକୁ ଫେରିଲେ ଅସହାୟ ବୃଦ୍ଧା...
କଣ୍ଟାବାଞ୍ଜି,୨୬/୦୧: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡ଼ଙ୍ଗା ପଞ୍ଚାୟତ ଜାମୁଟଝୁଲା ଗ୍ରାମର ଜଣେ ବୃଦ୍ଧା ଆସମତି ଭୋଇ ଅନେକ ଦିନରୁ ଶାରୀରିକ ଅସୁସ୍ଥତା ଯୋଗୁଁ ଦୁଃଖ ସହି ଆସୁଥିଲେ।
Ad..
ନଳକୂପ ନିକଟରେ ଗୋଡ ଖସି ଯାଇ ପଡ଼ି ଯିବା ଯୋଗୁଁ ତାଙ୍କ ଅଣ୍ଟା ହାଡ଼ ଖସି ଯାଇଥିଲା। ଏହା ଯୋଗୁଁ ସେ ଅନେକ ଦିନ ରୁ ଶାରୀରିକ କଷ୍ଟ ଅନୁଭବ କରୁଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଓ କଣ୍ଟାବାଞ୍ଜି ନାଗରିକ କମିଟି ସହାୟତା ଯୋଗୁଁ ତାଙ୍କ ଅସ୍ତ୍ରୋପଚାର ପାଇଁ ବଲାଙ୍ଗିର ସହରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ତାଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି।
Ad..
ସଫଳ ଅସ୍ତ୍ରୋପଚାର ର କିଛି ଦିନ ପରେ ତାଙ୍କୁ ସ୍ବରାଜ ହସ୍ପିଟାଲ ରୁ ରିଲିଫ୍ କରାଯାଇଥିଲା। ରିଲିଫ୍ ହେବା ପରେ ତାଙ୍କୁ ଭଲ ଭାବେ ତାଙ୍କ ଘରେ ପହଞ୍ଚାୟୀଛନ୍ତି ନାଗରିକ କମିଟି ସଦସ୍ୟ ମାନେ।
Ad..
ଏହି ଜନହିତକର କାର୍ଯ୍ୟରେ କଣ୍ଟାବାଞ୍ଜି ନାଗରିକ କମିଟି ସଭାପତି ଅରୁନ କୁମାର ତାଣ୍ଡି,ଉପ ସଭାପତି ରାଜୁ ଛତ୍ରିଆ ଏବଂ ସହ ସମ୍ପାଦକ ଜିତୁ ସୁନା, ଅକ୍ଷୟ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ମହତ୍ କାର୍ଯ୍ୟରେ କଣ୍ଟାବାଞ୍ଜି ନାଗରିକ କମିଟିର ଅନ୍ୟ ସଦସ୍ୟ ମାନେ ମଧ୍ୟ ସହଯୋଗର ହାତ ବଢ଼ାଇ ଥିଲେ।
Edited by k.s thakur...
Tags:
kantabanji
latest news
latest update
nagrik committee
odisha daily current affairs
odisha news




