କ୍ୟାବ ଡ୍ରାଇଭର ଗିରଫ; ୨୦ ଲକ୍ଷ ଟଙ୍କାର ହୀରା, ସୁନା ଓ ବିଦେଶୀ ମୁଦ୍ରା ଜବତ...
ଭୁବନେଶ୍ୱର,୦୮/୦୧ : ଗିରଫ ହେଲା ଲୁଟେରା କ୍ୟାବ ଡ୍ରାଇଭର । ଚନ୍ଦ୍ରଶେଖର ଥାନା ପୁଲିସ ଡ୍ରାଇଭରଙ୍କୁ ଗିରଫ କରିଛି। ବିଦେଶ ଫେରନ୍ତାଙ୍କୁ ଲୁଟ କରି ରାସ୍ତାରେ ଛାଡି ଚମ୍ପଟ ମାରିଥିବା କ୍ୟାବ ଡ୍ରାଇଭର ନାଗା ପରମାଣିକକୁ ଗିରଫ କରିଛି ପୋଲିସ ।
Ad..
ତାଙ୍କ ଠାରୁ ଲୁଟ୍ ହୋଇଥିବା ୨୦ ଲକ୍ଷ ଟଙ୍କାର ହୀରା, ସୁନା ଓ ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଛି । ଗତକାଲି ରାତିରେ ଘଟିଥିଲା ଏଭଳି ଘଟଣା। ଥାଇଲାଣ୍ଡରୁ ଫେରିବା ବେଳେ ଠକେଇର ଶିକାର ହୋଇଥିଲେ ଜଣେ ବ୍ୟକ୍ତି।
Ad..
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗାଡି ଖରାପ କହିବା ସହ ଏତଲାକାରୀ ପାସେଞ୍ଜରଙ୍କୁ ଗାଡିରୁ ଓହ୍ଲାଇ ଦେଇଥିଲା ଡ୍ରାଇଭର। ପରେ ହୀରା ଓ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲା ଅଭିଯୁକ୍ତ ଡ୍ରାଇଭର । ଏ ନେଇ ଅଧିକ ତଦନ୍ତ ପରେ ଅଭିଯୁକ୍ତ ଡ୍ରାଇଭର କୁ ୮ ଘଣ୍ଟା ଭିତରେ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।
Edited by k.s thakur...
Tags:
arrested
Bhubaneswar
cab driver
cash
foreign return
gold
latest news
latest update
odisha daily current affairs
odisha news
police
recovery
theft



