ପ୍ରଦୂଷଣ ଏବଂ ବିଶ୍ବ ତାପମାତ୍ରାକୁ ନିୟନ୍ତ୍ରିତ କରିବା ପାଇଁ ବୃକ୍ଷରୋପଣ ଏକମାତ୍ର ମାଧ୍ୟମ...

ପ୍ରଦୂଷଣ ଏବଂ ବିଶ୍ବ ତାପମାତ୍ରାକୁ ନିୟନ୍ତ୍ରିତ କରିବା ପାଇଁ ବୃକ୍ଷରୋପଣ ଏକମାତ୍ର ମାଧ୍ୟମ...


ବରଗଡ଼,୨୦/୧୨(ବିଜୟ କୁମାର ସାହୁ): ବିଶ୍ଵରେ ବଢ଼ି ଚାଲିଥିବା ପ୍ରଦୂଷଣ ଏବଂ ବିଶ୍ବ ତାପାୟନକୁ କମ୍ କରିବା ପାଇଁ ସରକାର ଏବଂ ବିଭିନ୍ନ ପରିବେଶ ରକ୍ଷକ ସଂସ୍ଥା ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି।

       Ad..


ପ୍ରଦୂଷଣ ଏବଂ ବିଶ୍ବ ତାପାୟନକୁ ନିୟନ୍ତ୍ରିତ କରିବା ପାଇଁ ବୃକ୍ଷରୋପଣ ଏକମାତ୍ର ମାଧ୍ୟମ।ଏହି ପରିପ୍ରେକ୍ଷୀରେ ପଦ୍ମପୁର ବନବିଭାଗ, ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ଏବଂ ଡାକ୍ତର ମାନଭଞ୍ଜନ ପଣ୍ଡାଙ୍କ ମିଳିତ ଆନୁକୁଲ୍ୟରେ ପଦ୍ମପୁର ସ୍ଥିତ ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ୨୦୦ ଗୋଟି ଚାରା ବଣ୍ଟନ କରାଯାଇଥିଲା।

Ad..


ଏହି ଅବସରରେ ପଦ୍ମପୁର ରେଞ୍ଜର ଶ୍ରୀ ରମେଶ ଚନ୍ଦ୍ର ସାହୁ, ଡାକ୍ତର ମାନଭଞ୍ଜନ ପଣ୍ଡା, ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ସମ୍ପାଦକ ମୀନକେତନ ସାହୁ ଏବଂ କାର୍ଯ୍ୟକାରୀ ସଦସ୍ୟ ଶ୍ରୀ କେଦାରନାଥ ସାହୁ ଅତିଥି ଭାବରେ ଯୋଗଦେଇଥିଲେ।

ବିଦ୍ୟାଳୟ ତରଫରୁ ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଆହ୍ବାନ କରିଥିଲେ।

ଚାରା ବଣ୍ଟନ ପରେ ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର ଛାତ୍ରଛାତ୍ରୀଙ୍କୁ ଚାରା ରୋପଣ ପାଇଁ ଉପଦେଶ ଦେବା ସହ ସମସ୍ତ ଅତିଥି ମାନଙ୍କୁ ଏହି ମହତ୍ କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।



Edited by k.s thakur...

Post a Comment

Previous Post Next Post