ଡିସେମ୍ବର ୨୮ରେ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ...
କଣ୍ଟାବାଞ୍ଜି,୨୧/୧୨: କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଶିଶୁ କିଶୋର ଶିଶୁ ସାହିତ୍ୟ ଏକାଡେମୀ ଭୁବନେଶ୍ବରର ମିଳିତ ଆନୁକୂଲ୍ୟରେ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ସ୍ଥାନୀୟ ଜି ଆର ପେଲେସ ଠାରେ ଅନୁଷ୍ଠିତ ହେବ।
Ad..
ଏହି ଅବସରରେ ନିର୍ଝରିଣୀର ଚତୁର୍ଦ୍ଦଶ ବାର୍ଷିକ ସାରସ୍ଵତ ସମାରୋହ ପାଳିତ ହେବ ତେଣୁ ଆଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, ସଙ୍ଗୀତ, ରଚନା, ଚିତ୍ରାଙ୍କନ,କବିତା ଲିଖନ, ଗଳ୍ପ ଲିଖନ କରାଯାଇଥିଲା।
Ad..
ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଏକ ପ୍ରେସ ବିବୃତିରେ ଜଣେଇଛନ୍ତିଯେ ଏହି ସମ୍ମିଳନୀରେ ଉତ୍ତରାଖଣ୍ଡ, ଛତିଶଗଡ, ରାଜସ୍ଥାନ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବି, ଲେଖକ, ସମାଜସେବୀ, କଳାକାର ଯୋଗ ଦେବେ।
ସମ୍ମିଳନୀରେ ଶିଶୁ ସଭା, ଶିଶୁ ସାହିତ୍ୟ ଆଲୋଚନା, ପତ୍ରିକା ଉନ୍ମୋଚନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ।ଆଜିର କାର୍ଯ୍ୟକ୍ରମରେ ସଭାପତି ରାମଚନ୍ଦ୍ର ସାହୁ,ସୂର୍ଯ୍ୟକାନ୍ତ ରଣା, ଡ.ନାରାୟଣ ମିଶ୍ର,ଅଞ୍ଜଳି ମାଝୀ,ନିରୁପମା ମିଶ୍ର, ନରେନ୍ଦ୍ର ସୁନା, ବିରଞ୍ଚି ଖର୍ସେଲ,ପ୍ରଭାତ ମିଶ୍ର, ଧନସିଂ ମାଝୀ, ଦଶମନ ମହାନନ୍ଦ, ମାନସ ଜାଲ,କିଶୋର ବରିହା ଉପସ୍ଥିତ ଥିଲେ।
Edited by k.s thakur...



