ଶହୀଦ ପଦ୍ମଲୋଚନ ମାଝୀ ଆମର ଗର୍ବ ଓ ଗୌରବ...
ବରଗଡ଼,୦୧/୧୨(ବିଜୟ କୁମାର ସାହୁ):- ଶହୀଦ ପଦ୍ମଲୋଚନ ମାଝୀ ଦେଶର ଗର୍ବ ଓ ଗୌରବ। ସେ ଭାରତ ମାତାର ସେବା କରିବାକୁ ଯାଇ ନିଜର ସର୍ବୋଚ୍ଚ ବଳିଦାନ ଦେଇ ଯାଇଛନ୍ତି ଶତ କିନ୍ତୁ ଆଜିବି ସେ ପ୍ରତ୍ୟକ ହୃଦୟରେ ଜୀବିତ ଅଛନ୍ତି।
Ad..
ଶହୀଦ ପଦ୍ମଲୋଚନଙ୍କ ପରିବାର, ତାଙ୍କର ଜନ୍ମମାଟି ଓ ସିଆରପିଏଫ ପ୍ରତ୍ୟକଙ୍କ ହୃଦୟରେ ଜୀବିତ ଅଛନ୍ତି ଶହୀଦ ପଦ୍ମଲୋଚନ ମାଝୀ। 14/05/1979ରେ ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିମେଣ୍ଟ ନଗର ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ପଦ୍ମଲୋଚନ ପିଲାଟି ଦିନରୁ ଦେଶ ସେବା କରିବା ପାଈଁ ବହୁତ ଇଛୁକ ଥିଲେ।
Ad..
ବରଗଡ଼ ରାଣାପ୍ରତାପ ଉଚ୍ଚ ବିଦ୍ୟାଳୟରେ ନିଜର ଛାତ୍ର ଜୀବନ ବିତାଇବା ପରେ ଦେଶ ସେବା କରିବାକୁ ବାହାରି ଯାଇଥିଲେ ଜାମୁକାଶ୍ମୀର ସ୍ଥିତ ପୁଞ୍ଚ ଠାରେ ସିଆରପିଏଫ 43 ବାଟାଲିୟନରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ ଓ ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇ ନିଜକୁ ଦେଶ ସେବାରେ ସମର୍ପିତ କରିଥିଲେ।
ତେବେ 29/11/2014ରେ ଛତିଶଗଡ଼ ସ୍ଥିତ 223 ବାଟାଲିୟନରେ ଯୋଗଦାନ କରି ଆସିଷ୍ଟାଣ୍ଡ କମାଣ୍ଡର ରାଜେଶ କାପୁରୀୟାଙ୍କ ଟିମରେ ସାମିଲ ହୋଇଥିଲେ ଓ ଛାତିଶଗଡ଼ର କାସାଲମାଡ ଅଞ୍ଚଳର ନକ୍ସଲ ଦମନ କରିବା ପାଈଁ ବାହାରି ଯାଇଥିଲେ।
ଦୀର୍ଘ ତିନିଦିନ ଧରି ମାଓବାଦୀଙ୍କ ସହିତ ଗୁଲିଚାଳନା ଚାଲିଥିବା ବେଳେ ନକ୍ସଲଙ୍କ ଗୁଳିରେ ଆହତ ହୋଇଥିବା ନିଜ ସାଥି ଯବାନଙ୍କୁ କଭର ଫାଇରିଙ୍ଗ ଦେଇ ବଞ୍ଚେବାକୁ ଯାଇ ସଫଳତାର ସହିତ 12 ଜଣ ଯବାନଙ୍କ ଜୀବନ ବଞ୍ଚାଇବା ସହିତ ନିଜେ ନକ୍ସଲଙ୍କ ଗୁଳିର ଶିକାର ହୋଇଯାଇଥିଲେ।
ଶହୀଦ ପଦ୍ମଲୋଚନଙ୍କ ଶରୀରରେ ମୋଟ 14 ଟି ଗୁଳି ବାଜିଥିଲା ସେ ଆହତ ହୋଇଥିବା ସତ୍ୱେ ମାଓବାଦୀଙ୍କୁ ପାଲଟା ଆକ୍ରମଣ କରି ପାଣି ପିଆଇ ଦେଇଥିଲେ ଶେଷରେ ଦେଶ ମାତୃଭୂମିର ସେବା କରୁ କରୁ ମାଁ ମାଟିର କୋଳରେ ଚିର ନିଦ୍ରାରେ ଶୋଇ ଯାଇଥିଲେ ପଦ୍ମଲୋଚନ।
ଜନ୍ମ ମାଟିକୁ ସହୀଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ କାନ୍ଦ ବାବାଲିରେ ଫାଟିଯାଇଥିଲା ସାରା ଅଞ୍ଚଳ । ତାଙ୍କର ଶେଷ ଦର୍ଶନ କରିବାକୁ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପଛ ପଟେ ରହିଥିବା ସ୍ମଶାନରେ ତାଙ୍କର ପାର୍ଥିବ ଶରୀର ସତ୍କାର କରାଯାଇଥିଲା।
ସେହି ଦିନଠୁଁ ପ୍ରତ୍ୟକ ବର୍ଷ ଡିସେମ୍ବର 1 ତାରିଖ ଶହୀଦଙ୍କ ସ୍ମୃତି ଚାରଣ କରିବାକୁ ଯାଇ ଶହୀଦଙ୍କ ପରିବାର, ସ୍ଥାନୀୟ ବାସିନ୍ଦା, ସିଆରପିଏଫ ମିଶି ପାଳନ କରି ଆସୁଛନ୍ତି ବଳିଦାନ ଦିବସ।
ଠିକ ସେହିପରି ଆଜି ସମ୍ବଲପୁର ସିଆରପିଏଫ ଆସିଷ୍ଟାଣ୍ଡ କାମାଣ୍ଡେଣ୍ଟ ଜନ ବ୍ଲାକ ଓ ଆସିଷ୍ଟାଣ୍ଡ ସବ ଇନିସ୍ପେକ୍ଟର ଗବିନ୍ଦ ଭୋଇ ପ୍ରମୁଖ ତାଙ୍କର ଟିମ ସହିତ ସହୀଦ ସ୍ମୃତି ସ୍ତମ୍ଭକୁ ପହଁଞ୍ଚି ଶହୀଦଙ୍କ ମାତା ଶର୍ମିଲା ମାଝୀଙ୍କ ସହିତ ପୁଷ୍ପ ଗୁଚ୍ଛ ଦେଇ ସହୀଦ ପଦ୍ମଲୋଚନ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
ଏହି ଅବସରରେ ସହୀଦଙ୍କ ସାନ ଭାଇ ରାଜେନ୍ଦ୍ର କୁମାର ମାଝୀ ଓ ତାଙ୍କର ତିନି ଭଉଣୀଙ୍କ ସହିତ ଶତାଧିକ ଲୋକ ଉପସ୍ଥିତ ରହିଥିଲେ। ଶହୀଦ ପଦ୍ମଲୋଚନଙ୍କ ବୀରତ୍ୱର ଗାଥା ଆଜି ସାରା ଭାରତରେ ଚର୍ଚିତ ନିଜର ବୀରତ୍ୱ ପାଈଁସେ ପରାକ୍ରମ ପଦକ ସହିତ ଅନେକ ସେବା ମେଡାଲରେ ସମ୍ମାନିତ ହୋଇଛନ୍ତି।
Edited by k.s thakur...



