ବେଆଇନ ଦାଦନ ଶ୍ରମିକ ଚାଲାଣ ;ଦୁଇଟି ମାମଲା ରୁଜୁ ୧୨ ଦାଦନ ଶ୍ରମିକ ଉଦ୍ଧାର...
କଣ୍ଟାବାଞ୍ଜି,୧୦/୧୨ : ବେଆଇନ ଦାଦନ ଚାଲାଣ କୁ ରୋକିବା ପାଇଁ ରାଜ୍ୟ ସରକାର ପକ୍ଷରୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଟିମ ଗଠନ କରାଯାଇଛି। ଦାଦନ ଋତୁ ରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ମାନେ ପେଟ ପୋଷଣ ପାଇଁ ଦାଦନ ଖଟି ଅନ୍ୟ ଅନ୍ୟ ରାଜ୍ୟ କୁ ଯାଆନ୍ତି।
Ad..
ହେଲେ ବେଆଇନ ଦାଦନ ଚାଲାଣ ହୋଉଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ସ୍ୱତନ୍ତ୍ର ଟିମର ଅଧିକାରୀ ପଞ୍ଚାନନ୍ଦ ନେଗୀଙ୍କ ନେତୃତ୍ୱରେ ୬ ଜଣ ଦାଦନ ଶ୍ରମିକ ସହ ୪ ଛୋଟ ଛୁଆକୁ ଓ ଅନ୍ୟ ଏକ ମାମଲା ରେ ୬ ଶ୍ରମିକ ସହ ଦୁଇଟି ଛୁଆଁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ।
Ad..
ତେବେ କଣ୍ଟାବାଞ୍ଜି ରେଳଷ୍ଟେସନ୍ ନିକଟରୁ ଏହି ମାନଙ୍କୁ ଉଦ୍ଧାର କରାଯାଇଛି ବୋଲି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ସୂଚନା ଦେଇଛନ୍ତି। ଶ୍ରମିକ ମାନେ ସର୍ଦ୍ଦାରଙ୍କ ଠାରୁ ଅଗ୍ରୀମ ଟଙ୍କା ନେଇ ହାଇଦ୍ରାବାଦକୁ ଇଟା ଗଢିବା ପାଇଁ ଯୋଜନା କରିଥିଲେ।
ଉଦ୍ଧାର ଦାଦନ ଶ୍ରମିକ ମାନେ ବେଳପଡା ଥାନା ବେଳପଡା , ମୁନାପାଲି ଗାଁ ,ଲରମ୍ଭା ଓ ବରଗଡ଼ ଅଞ୍ଚଳର ବୋଲି ଜଣାପଡିଛି।ଏହି ଘଟଣାରେ ପୋଲିସ ଦୁଇଟି ମାମଲା ୪୩୪/୨୫ ରେ ବେଳପଡାର ସର୍ଦ୍ଦାର ଗାନ୍ଧିରାମ କାଣ୍ଡ ,ଚର୍ଚ୍ଚିତ ପୁଞ୍ଜି ଓ ୪୩୫/୨୫ ମାମଲା ରେ ଲରମ୍ଭାର ସର୍ଦ୍ଦାର କୁଳମଣି କାଣ୍ଡ ନାଁରେ ରୁଜୁ ହୁଇଥିବା ବେଳେ ଉଭୟ ମାମଲାରେ ସର୍ଦ୍ଦାର ଫରାର ଥିବାର ସୂଚନା ଦେଇଛନ୍ତି ଅଧିକାରୀ।
Edited by k.s thakur...
Tags:
inlegal labour rescue
kantabanji
latest news
latest update
odisha daily current affairs
odisha news
police



