କର୍ଲାମୁଣ୍ଡା ଠାରେ ଧାନ ମଣ୍ଡି ଉଦଘାଟିତ, ପ୍ରଥମ ଦିନରେ ୧୫୦ କୁଇଣ୍ଟାଲ ଧାନ କ୍ରୟ...
କର୍ଲାମୁଣ୍ଡା,୧୨/୧୨: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଡିଓ ସୁଚରିତା ମୁଗ୍ରୀ, ରାଜସ୍ୱ ନିରୀକ୍ଷକ ଶାଶ୍ୱତ ମିଶ୍ର, ପ୍ୟାକ୍ସ ସଭାପତି ଇନ୍ଦୁମତୀ ଭୋଇ...
Ad..
କର୍ଲାମୁଣ୍ଡା ଭାଜପା ମଣ୍ଡଳ ସଭାପତି ଡୋଳାମଣୀ ଭୋଇ, ସମବାୟ ସମିତିର କାର୍ଯ୍ୟ ନିର୍ଵାହୀ ଅଧିକାରୀ ଭବାନୀ ଶଙ୍କର ସାହୁ , ଆଦିବାସୀ ଯୁବ ଚାଷୀନେତା ନନ୍ଦୀ କିଶୋର ଭୋଇ, ବିଜେଡି ବ୍ଲକ ସଭାପତି ଯଶୋବନ୍ତ ସାହୁ, କ୍ରୟ ଅଧିକାରୀ ଅଚିନ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ମଣ୍ଡି ଉଦଘାଟନ କରିଥିଲେ।
Ad..
ଏଥିରେ ଡିଇଓ ରମେଶ ସାହୁ, କୈଳାଶ ଭୋଇ , ଆର ଏମ୍ ସି କର୍ମଚାରୀ ଜଗନ୍ନାଥ ସୁନା , ଚାଷୀ ଦୀନବନ୍ଧୁ ସାହୁ, ରଶ୍ମିକାନ୍ତ ସାହୁ, ବନମାଳୀ ସାହୁ, ପ୍ରେମାନନ୍ଦ ସାହୁ, ଚିତ୍ରସେନ ସାହୁ, ଭରତ ବେହେରା, ସତ୍ୟମ ରଣା, ଅଜିତ ସାହୁ, ଟିକ ବାଗ, ଅରବିନ୍ଦ ସାହୁ, ପଙ୍କଜ ବାଗ, ଆନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ପ୍ରଥମ ଦିନରେ ଚାଷୀ ଇନ୍ଦୁମତୀ ଭୋଇଙ୍କ ୭୫ କୁଇଣ୍ଟାଲ ଓ ନନ୍ଦୀ କିଶୋର ଭୋଇଙ୍କ ୭୫ କୁଇଣ୍ଟାଲ ଧାନ କ୍ରୟ ହୋଇଥିବା ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି।
Edited by k.s thakur...
Tags:
inauguration
Kalahandi
karlamunda
latest news
latest update
odisha daily current affairs
odisha news
paddy mandi



