ଖୁଜେନପାଲିରେ ବ୍ଲକ୍ ସ୍ତରୀୟ ଓଷ୍ଟା ତରଫରୁ ଶିଶୁ ମେଳା ଉଦଯାପିତ...

ଖୁଜେନପାଲିରେ ବ୍ଲକ୍ ସ୍ତରୀୟ ଓଷ୍ଟା ତରଫରୁ ଶିଶୁ ମେଳା ଉଦଯାପିତ...


ବଲାଙ୍ଗିର,୧୯/୧୨ :ବଲାଙ୍ଗିର ସଦର ବ୍ଲକ୍ ଖୁଜେନପାଲି ଭଗବାନ ବିଦ୍ୟାମନ୍ଦିର ଠାରେ ବ୍ଲକ୍ ସ୍ତରୀୟ ଶିଶୁ ମେଳା ଉଦଯାପିତ ହୋଇଯାଇଛି।ଓଷ୍ଠା ଜୋନ୍ ସଭାପତି ସୁରେଶ କୁମାର ଷଡଙ୍ଗୀ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୁଜେନପାଲି ପରିଚାଳନା ସମିତିର ସଭାପତି ଯୁଧିଷ୍ଠିର କୁମାର ସିଂହ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିଲେ।

     Ad..


ସମ୍ମାନିତ ଅତିଥି ଭାବେ ଖୁଜେନପାଲି ପଂଚାୟତର ସରଫଚ ରଞ୍ଜିତା ପାଣିଗ୍ରାହୀ, ସୁଧ୍ର କୁମାର ନାଏକ, ଶଙ୍କର ପ୍ରସାଦ ମିଶ୍ର ଓ ଓଷ୍ଟା ବ୍ଲକ୍ ସଂପାଦକ ସଂଜୟ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।ଏ ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। 

Ad..


ତର୍କରେ ଜୟେଲ କୁମାର, କଣ୍ଠ ସଙ୍ଗୀତରେ ଚାନ୍ଦିନୀ ଧରେ, ଚିତ୍ରାଙ୍କନରେ ସୌମ୍ୟ ରଞ୍ଜନ ସାହୁ, ଆବୃତ୍ତିରେ ମନୀଷା ସାହୁ, ଗଳ୍ପ ଲିଖନରେ କାୟଲ ମହାକୁର, କବିତା ରଚନାରେ ଅଞ୍ଜନ କୁମାର ସା, ଏକକ ନୃତ୍ୟରେ ଶର୍ମିଷ୍ଠା ସାହୁ, ଏକକ ଅଭିନୟରେ ଖୁସି ତାଣ୍ଡି, ସାଧାରଣ ଜ୍ଞାନରେ ପୁଞ୍ଜଲ ହୋତା, କୁଇଜରେ ମାଧବୀ ରାଉତ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। 

ଶେଷରେ ସୁରେନ୍ଦ୍ର କୁମାର ନାଥ ଓ ଲଲାଟ କେଶରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ଓଷ୍ଟାର ବ୍ଲକ ସଭାପତି ସୁରେଶ ଷଡଙ୍ଗୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଗୋଷ୍ଠି ଶିକ୍ଷା ଅଧିକାରୀ ନୀଳମଣି ପଟେଲ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବରେ ରାଜ୍ୟ ଓଷ୍ଟା ଉପ-ସଭାପତି ସୁର କୁମାର ନାଏକ, ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନିଲ କୁମାର ସାହୁ, ଓଷ୍ଟା ଜିଲ୍ଲା ସଂପାଦକ ଶଙ୍କର ପ୍ରସାଦ ମିଶ୍ର, ଯୋଗ ଦେଇଥିଲେ । ଶିଶୁ ମେଳାରେ ମୋଟ ୧୮ଟି ଉଚ୍ଚ ବିଦ୍ୟାଳୟର ୧୩୦ ଜଣ ଛାତ୍ରଛାତ୍ରୀ ଅଶଂଗ୍ରହଣ କରିଥିଲେ।



Edited by k.s thakur...

Post a Comment

Previous Post Next Post