ସିନ୍ଧେକେଲା ରେ ଜୈନ ତେରାପଂଥ କମ୍ୟୁନିଟି ହଲ ର ଶୁଭ ଉଦଘାଟନ...
ସିନ୍ଧେକେଲା,୧୯/୧୨ : ବିଗତ ଦିନରେ ବିଜେଡି ଶାସନ ସମୟରେ ଅନୁଦାନ ପ୍ରାପ୍ତ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା କଲେଜ ରୋଡ଼ ସମ୍ମୁଖରେ ରେ ନିର୍ମାଣ ହୋଇଥିବା ଜୈନ ତେରାପଂଥ କମ୍ୟୁନିଟି ହଲ ର ଆଜି ଗୁରୁବାର ଉଦଘାଟନ ହୋଇଯାଇଛି ।
Ad..
କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମୋହମ୍ମଦ ଆୟୁବ ଖାଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉକ୍ତ ହଲର ଫିତା କାଟି ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ତେରାପଂଥ ସଭା , ମହିଳା ମଣ୍ଡଳ , ଯୁବକ ପରିଷଦ ଆନୁକୂଲ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା।
Ad..
ନମସ୍କାର ମହାମନ୍ତ୍ର ଉଚ୍ଚାରଣ ସହ କାର୍ଯ୍ୟକ୍ରମର ସୁଭାରମ୍ବ କରାଗଲା । ମୁଖ୍ୟ ଅତିଥି ଭାବରେ ବିଧାୟକ ଆୟୁବ ଖାଁ ସମେତ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ , ରାଜ୍ୟ ସଭା ସାଂସଦ ପ୍ରତିନିଧି ସୁବାଷ ଜୈନ , ଭୂମି ଦାତା ସ୍ବର୍ଗତ ଅଭିନନ୍ଦନ ଜୈନଙ୍କ ଧର୍ମପତ୍ନୀ କିରଣ ଦେବୀ ଜୈନ...
ସ୍ଥାନୀୟ ତେରାପଂଥ ସଭା ଅଧ୍ୟକ୍ଷ ରାମ ଅବତାର ଜୈନ , ମହିଳା ମଣ୍ଡଳ ଅଧ୍ୟକ୍ଷା ଲୀଳା ଜୈନ ପ୍ରମୁଖ ଯୋଗଦେଇ ଉକ୍ତ ହଲ ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ଯୁବକ ପରିଷଦ ଅଧ୍ୟକ୍ଷ ଧିରଜ ଜୈନ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତେରାପଂଥ ସଭା ସମ୍ପାଦକ ଅନିଲ ଜୈନ , କୋଷାଧ୍ୟକ୍ଷ ନବୀନ ଜୈନ , ପୂର୍ବତନ ଅଧ୍ୟକ୍ଷ ଫୁଲଚନ୍ଦ ଜୈନ , ପ୍ରସନ୍ନ ଜୈନ , ଯୁବକ ପରିଷଦ ପୂର୍ବତନ ଅଧ୍ୟକ୍ଷ ନବୀନ ଜୈନ...
ତରୁଣ ଜୈନ , କିରୋଡି ଜୈନ , ନିତେସ ଜୈନ , ମହିଳା ମଣ୍ଡଳ ସମ୍ପାଦକ ପ୍ରିୟା ଜୈନ , ପୂର୍ବତନ ଅଧ୍ୟକ୍ଷା ପୁଷ୍ପା ଜୈନ , ମନୋଜ ଅଗ୍ରୱାଲ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ନାଏକ , ବିଜେଡି ଯୁବନେତା ପବିତ୍ର ରଣା ସମେତ ତେରାପଂଥ ସଭା , ମହିଳା ମଣ୍ଡଳ , ଯୁବକ ପରିଷଦ ଆଦିର ଅନେକ ସଦସ୍ୟ ଓ ଜୈନ ସମାଜର ବହୁ ବ୍ୟକ୍ତି ସାମିଲ ହୋଇଥିଲେ ।
Edited by k.s thakur...



