କମେଇମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ...
କଣ୍ଟାବାଞ୍ଜି,୨୦/୧୨(ନି.ପ୍ର): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ କମେଇ ମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଡେଶ୍ୱର ମୁର୍ମୁ ସଭାପତିତ୍ଵ କରିଥିଲେ।
Ad..
ତୁରେକେଲା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାଜେଶ କୁମାର ସିଂଦେଓ,ମାନ୍ଦଲା ସିଆରସିସି ଧନସିଂ ମାଝୀ ଅତିଥି ଭାବରେ ଯୋଗ ଦେଇଥିଲେ।ବିଦ୍ୟାଳୟର ଖେଳ ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ କ୍ରୀଡା ପରିଚାଳନା ଓ ନିରଞ୍ଜନ ସୁନା ମଂଚ ପରିଚାଳନା କରିଥିଲେ।
Ad..
ଶିକ୍ଷକ ପ୍ରମୋଦ କୁମାର ମାଝୀ,ଭୁଲେଶ୍ୱର ବାଗ,ରବିନ୍ଦ୍ର କୁମାର ଭୋଇ, ବିଦ୍ୟାଧର ନାଏକ,ମଳୟ ଚୌହାନ ଶିକ୍ଷୟିତ୍ରୀ ଅନିଶା ସାହୁ ସହଯୋଗ କରିଥିଲେ। କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଶିକ୍ଷକ ବିମଳ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ।
Edited by k.s thakur...
Tags:
kameimuda
kantabanji
latest news
latest update
odisha daily current affairs
odisha news
school program
turekela



