ବିଜେପି ସପକ୍ଷରେ ନୂଆପଡ଼ାର ୩୦ ହଜାରରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳୀ...
ନୂଆପଡ଼ା,୦୨/୧୧ : ଆଜି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦୁପତ୍ର ତୋଳାଳୀଙ୍କ ନେତା ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ନୂଆପଡ଼ା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ୫୦ଟି ଗାଁର ୮ ହଜାରରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳୀଙ୍କର ଏକ ବିଶାଳ ସମାବେଶ ନୂଆପଡ଼ା ବ୍ଲକ ସାରାବଙ୍ଗ ଗ୍ରାମ ଷ୍ଟେଡିୟମ ପଡିଆରେ ଅନୁଷ୍ଠିତ ହୋଇଯାଇଛି।
Ad..
ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଧାୟକ ବିଜୟ ଦଳବେହେରା, ଉମାଚରଣ ମଲ୍ଲିକ, ପୂର୍ବତନ ରାଜ୍ୟ ସଭାପତି ବିମ୍ବାଧର କୁଅଁର, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Ad..
ରାଜ୍ୟର ଲୋକଙ୍କ ସରକାର ତଥା ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ର ନିଷ୍ପତ୍ତିକୁ ଯୁଗାନ୍ତକାରୀ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଏହା ଦ୍ୱାରା କେନ୍ଦୁପତ୍ର ତୋଳାଳୀଙ୍କ ଆର୍ଥିକ ଅଭିବୃଦ୍ଧି ହୋଇପାରିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
କେନ୍ଦୁପତ୍ର ତୋଳାଳୀ ବହୁସଂଖ୍ୟାରେ ମୋ ବିଧାନସଭା କ୍ଷେତ୍ର ପାଟଣାଗଡ଼ ଅଞ୍ଚଳରେ ଥିବା କାରଣରୁ ସେମାନଙ୍କ ସମସ୍ତ ଦାବିଗୁଡିକ ଓ ସମସ୍ୟା ଉପରେ ମୁଁ ଅବଗତ ଅଛି, ଆପଣଙ୍କ ନେତା ଯଦୁଭାଇ ସବୁବେଳେ ଆପଣମାନଙ୍କ ଦାବି ପୂରଣ ପାଇଁ ଆମ ସହ ସମ୍ପର୍କରେ ଅଛନ୍ତି...
ଏବଂ ଆମ ସରକାର ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ୱାର୍ଥରେ ସମ୍ବେଦନଶୀଳ ତଥା ପ୍ରତିଶ୍ରୁତିଵଦ୍ଧ ଅଟନ୍ତି । ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ସକ୍ରିୟ ବିଚାରାଧୀନ ଅଛି ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ କହିଛନ୍ତି।
ସଭାରେ କେନ୍ଦୁପତ୍ର ଉପରେ ଜିଏସଟି ଉପରେ ଦରହ୍ରାସ, ତୋଳାଳୀମାନଙ୍କୁ ୨୫ ପ୍ରତିଶତ ବୋନସ ତଥା ବନ୍ଧେଇ ଶ୍ରମିକ ଓ ସିଜିନାଲ ଷ୍ଟାଫ୍ ମାନଙ୍କୁ ୫ ପ୍ରତିଶତ ପ୍ରୋତ୍ସାହନ ଭତ୍ତା ପ୍ରଦାନ, ତୋଳାଳୀଙ୍କୁ ଚପଲ, ପାଣି ବୋତଲ, ମୁଣ୍ଡରେ ଟୋପି, କେନ୍ଦୁପତ୍ର ତୋଳା କପଡ଼ା ବାବଦକୁ ୫୦୦ ଟଙ୍କା ତଥା ବନ୍ଧାଳୀ ମାନଙ୍କୁ ମଶାରୀ, କମ୍ବଳ ଓ ଲଣ୍ଠନ ବାବଦକୁ ୭୦୦ ଟଙ୍କା ପ୍ରଦାନ ପାଇଁ ...
Ad..
ରାଜ୍ୟର ଲୋକଙ୍କ ସରକାର ତଥା ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ର ନିଷ୍ପତ୍ତିକୁ ଯୁଗାନ୍ତକାରୀ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଏହା ଦ୍ୱାରା କେନ୍ଦୁପତ୍ର ତୋଳାଳୀଙ୍କ ଆର୍ଥିକ ଅଭିବୃଦ୍ଧି ହୋଇପାରିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
Ad..
କେନ୍ଦୁପତ୍ର ତୋଳାଳୀ ବହୁସଂଖ୍ୟାରେ ମୋ ବିଧାନସଭା କ୍ଷେତ୍ର ପାଟଣାଗଡ଼ ଅଞ୍ଚଳରେ ଥିବା କାରଣରୁ ସେମାନଙ୍କ ସମସ୍ତ ଦାବିଗୁଡିକ ଓ ସମସ୍ୟା ଉପରେ ମୁଁ ଅବଗତ ଅଛି, ଆପଣଙ୍କ ନେତା ଯଦୁଭାଇ ସବୁବେଳେ ଆପଣମାନଙ୍କ ଦାବି ପୂରଣ ପାଇଁ ଆମ ସହ ସମ୍ପର୍କରେ ଅଛନ୍ତି...
Ad..
ଏବଂ ଆମ ସରକାର ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ୱାର୍ଥରେ ସମ୍ବେଦନଶୀଳ ତଥା ପ୍ରତିଶ୍ରୁତିଵଦ୍ଧ ଅଟନ୍ତି । ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ସକ୍ରିୟ ବିଚାରାଧୀନ ଅଛି ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ କହିଛନ୍ତି।
ସୂଚନାଯୋଗ୍ୟ ଗତ ଶୁକ୍ରବାର ଦିନ ନୂଆପଡ଼ା ବ୍ଲକର କୁଲିଆବନ୍ଧା ଓ ଶନିବାର ଦିନ ଖଲିଆପାଲି ଗ୍ରାମରେ ହଜାର ହଜାର ତୋଳାଳୀଙ୍କ ବିଶାଳ ସମାବେଶ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ହୋଇସାରିଛି। ଆସନ୍ତା ମଙ୍ଗଳବାର ଦିନ କୋମନା ବ୍ଲକର ବିଶିବାହାଲ ଗ୍ରାମରେ ଆଉ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
Edited by k.s thakur...
Tags:
BJP
deputy cm k.v singh deo
latest news
latest update
nuapada
nuapada by election
odisha daily current affairs
odisha news
politics