ନୂଆପଡ଼ା ଉପନିର୍ବାଚନ : ବିଜେଡି ନେତାଙ୍କ ଘରେ ଆୟକର ବିଭାଗର ରେଡ...

ନୂଆପଡ଼ା ଉପନିର୍ବାଚନ : ବିଜେଡି ନେତାଙ୍କ ଘରେ ଆୟକର ବିଭାଗର ରେଡ...


ନୂଆପଡ଼ା,୦୮/୧୧ : ନୂଆପଡା ଉପ ନିର୍ବାଚନ ରାଜ୍ୟ ରାଜନୀତି ଚହଳ ସୃଷ୍ଟି କରିଛି । କିନ୍ତୁ ଏହି ସମୟରେ ବିଜେଡିର ଜଣେ ନେତାଙ୍କ ଉପରେ ପଡ଼ିଛି ଆୟକର ବିଭାଗର ନଜର । 

Ad..


ନୂଆପଡ଼ା ଖରିଆର ରୋଡ୍‌ର ପଟେଲ ନଗର ରେ ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ ଆଜି ଆୟକର ବିଭାଗର ରେଡ୍‌ ହୋଇଛି।ଜୁନେଦ ଗତକାଲି କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। 

    Ad..


ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟ ସମ୍ପାଦକ ପଦବୀ ଦିଆଯାଇଥିଲା। ନୂଆପଡା ଉପ ନିର୍ବାଚନ ପ୍ରଚାର ସରିବାକୁ ଆଉ ଗୋଟିଏ ଦିନ ଥିବାବେଳେ ଆୟକର ବିଭାଗ ପକ୍ଷରୁ ଜୋର ଧରିଛି ଯାଞ୍ଚ ।

Ad..


ଗତକାଲି ସୁଦ୍ଧା ନୂଆପଡ଼ାରୁ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଏହା ସହିତ ୧ କୋଟି ୩୨ ଲକ୍ଷ ଟଙ୍କାର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି ।ବିଜେପି, ବିଜେଡି ଓ କଂଗ୍ରେସ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । 

Ad..


ନୂଆ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ତିନି ଦଳ ବେଶ ପରିଶ୍ରମ ଜାରି ରଖିଛନ୍ତି ।ତେବେ ଆଗକୁ ଉପ ନିର୍ବାଚନ ଥିବା ବେଳେ ଆୟକର ବିଭାଗର ଏହି ଚଢାଉ ନୂଆପଡା ରାଜନୀତି ପରିବେଶ କୁ  ଆହୁରି ସରଗରମ କରିପାରେ।

Ad..





Edited by k.s thakur...

Post a Comment

Previous Post Next Post