ଲଖନାରେ ଉପ ନିର୍ବାଚନୀ ଜନସଭା ; ଶତାଧିକ ଲୋକଙ୍କ ସମାଗମ, ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୟରେ ଝୁମିଲେ ଲୋକେ...

ଲଖନାରେ ଉପ ନିର୍ବାଚନୀ ଜନସଭା ; ଶତାଧିକ ଲୋକଙ୍କ ସମାଗମ, ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୟରେ ଝୁମିଲେ ଲୋକେ...


ବରଗଡ଼/ନୂଆପଡ଼ା,୦୩/୧୧(ବିଜୟ କୁମାର ସାହୁ): ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପ୍ରଚାର ଅଭିଯାନ ନିମନ୍ତେ ଆଜି କୋମନା ବ୍ଲକ୍‌ ଅଧୀନସ୍ଥ ଲଖନା ଗ୍ରାମ ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆରେ ଏକ ବିଶାଳ ନିର୍ବାଚନ ଜନସମାବେଶ ଆୟୋଜିତ ହୋଇଯାଇଛି। 

Ad..


ଏହି ସଭାରେ ଓଡ଼ିଆ ସିନେତାରକା ତଥା ଜନପ୍ରିୟ ନେତା ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ସରକାରଙ୍କ  କ୍ରିଡ଼ା, ଉଚ୍ଚ ଶିକ୍ଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହ ଦେଉ, ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠି...

         Ad..


ସ୍ଥାନୀୟ ପଞ୍ଚାୟତ ପ୍ରମୁଖ ନରେନ୍ ହଂସ, ପୂର୍ବତନ ସରପଞ୍ଚ ଗିଡୁ ଭାଇ ଙ୍କ ସମେତ ଅଂଚଳ ର ଅନେକ ଗଣମାନ୍ୟ ବ୍ୟକ୍ତି ବିଶେଷ , ଦଳିୟ ପଦାଧିକାରୀ ଓ କାର୍ଯକର୍ତା ଉପସ୍ଥିତ ଥିଲେ।

Ad..


ସଭା ମଞ୍ଚକୁ ଉଦବୋଧନ ଦେଇ ସିଦ୍ଧାନ୍ତ ମହାପାତ୍ର ନିଜର ଅଭିଭାଷଣରଖି ଚଳଚ୍ଚିତ୍ର  ସଂଗୀତ ‘ପୁଚୁକି ଗାଲି’, ‘ସୁନେଲି ସୁନେଲି ଖରା’ ପରି ସୁପରହିଟ୍ ଗୀତ ଗାଇ ଦର୍ଶକମାନଙ୍କର ହୃଦୟ ଜିତି ଦେଇଥିଲେ ।

Ad..


ଉଚ୍ଚ ଶିକ୍ଷା ଓ କ୍ରିଡ଼ା ମନ୍ତ୍ରୀ ଏବଂ ସାଂସଦ, ବିଧାୟକଙ୍କ ସମେତ ଅନ୍ୟ ଅତିଥିମାନେ ଅଞ୍ଚଳର ଉନ୍ନତିକରଣ ବିକାଶ ଓ ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ଙ୍କ ଜନହିତକର ଯୋଜନା କୁ ନୂଆପଡ଼ା ରେ ସଫଳ ରୂପାୟନ କରିବା ପାଇଁ ଦଳିୟ ପ୍ରାର୍ଥୀ ଢୋଲକିଆ ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post