ମାନସିକ ଭିନ୍ନକ୍ଷମ ପାଇଁ ଦେବଦୂତ ସାଜିଲେ ବିଡିଓ ଲକ୍ଷ୍ମଣ ମାଝୀ...

ମାନସିକ ଭିନ୍ନକ୍ଷମ ପାଇଁ ଦେବଦୂତ ସାଜିଲେ ବିଡିଓ ଲକ୍ଷ୍ମଣ ମାଝୀ...


ବରଗଡ଼,୨୫/୧୧(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସନ୍ଧିବାହାଲ ଗ୍ରାମର କିଶୋର ସାହୁ ଜଣେ ମାନସିକ ଭିନ୍ନକ୍ଷମ ଅଟନ୍ତି ଦୀର୍ଘ ୩୫ ବର୍ଷ ଧରି ବିନା ବସ୍ତ୍ରରେ ବାପା ମା ଙ୍କ ସାଙ୍ଗରେ ଏକ ଝାଟି ମାଟି ଘରେ ରୁହନ୍ତି।

Ad..


ବାପା ବାଳମୁକୁନ୍ଦ ସାହୁ ଜଣେ ଦିନ ମଜୁରୀଆ ଅଟନ୍ତି ଗୋଟିଏ ଦିନ ରୋଜଗାର ନ କଲେ ପରିବାର ଭୋକ ଉପାସରେ ରହିବେ। ମା ଏଭଳି ଅବସ୍ଥାରେ ପୁଅକୁ ଛାଡ଼ି କାମ କରିବା ପାଇଁ ଯିବା ଅସମ୍ଭବ ହୋଇପଡିଛି।

        Ad..


ଦୁଃଖର ବିଷୟ ପୁଅର ମାନସିକ ଅବସ୍ଥା ଠିକ ନ ଥିବାରୁ ଏପର୍ଯ୍ୟନ୍ତ ଆଧାର କାର୍ଡ ହୋଇ ପାରୁନାହିଁ । ଯାହା ଫଳରେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ପଡ଼ିଛି । ତେବେ ଗତ ୨୮/୦୪/୨୫ ରେ ଗାଇସିଲେଟ ପଞ୍ଚାୟତ ସମିତି ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବାଳମୁକୁନ୍ଦ ନିଜ ପୁଅ ପାଇଁ ସରକାରୀ ସହାୟତା ଯୋଗାଇଦେବା କୁ ଗୁହାରୀ କରିଥିଲେ।

Ad..


ବିଡିଓ ମହାଶୟ ବିଳମ୍ବ ନ କରି ତୁରନ୍ତ ସନ୍ଧିବାହାଲ ଗ୍ରାମରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ଜିଲ୍ଲାପାଳଙ୍କ ଠାରୁ ଅନୁମୋଦନ କରାଇ ୨୦ ହଜାର ଟଙ୍କା ପ୍ରଦାନ କରିବା ସହ ଖୁବ୍ ଶୀଘ୍ର ଆଧାର କାର୍ଡ ତିଆରି କରି ସମସ୍ତ ସରକାରୀ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Ad..


ତେବେ ପୁଣି ୨୭/୧୦/୨୫ ରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ବାଳମୁକୁନ୍ଦ । ଏହି ଅଭିଯୋଗ କୁ ଆଖି ଆଗରେ ରଖି ଅସହାୟ ଲୋକଙ୍କ ସଦା ସର୍ବଦା ପ୍ରାଥମିକତା ଦେଉଥିବା ବିଡିଓ ଶ୍ରୀଯୁକ୍ତ ମାଝୀ ପୁଣି ଆଜି ନିଜ ଅଧିକାରୀ ତଥା ଜିପିଡିଓ, ପିଇଓ,ବିପିସି, ଏପିଓ ଏବଂ ଆଧାର ଟିମ କୁ ସାଙ୍ଗରେ ନେଇ ସନ୍ଧିବାହାଲ ଗ୍ରାମର କିଶୋର ଘରେ ପହଞ୍ଚି ପ୍ରାୟ ଏକ ଘଣ୍ଟାର ଉଦ୍ୟମରେ ଆଧାର କାର୍ଡ ଆବେଦନ କରିବାର ପ୍ରକ୍ରିୟା ସରିଥିଲା।

ଆଧାର କାର୍ଡ ଆସିଲା ପରେ କିଶୋର କୁ ସମସ୍ତ ପ୍ରକାର ସରକାରୀ ସୁବିଧା ତଥା ଅନ୍ତୋଦୟ ଗୃହ, ଚାଉଳ ଓ ୩୫୦୦ ଟଙ୍କା ଭତ୍ତା ଯୋଗାଇ ଦେବା ପାଇଁ ବିଡିଓ ଶ୍ରୀଯୁକ୍ତ ମାଝୀ ପ୍ରତିଶ୍ରୁତି ଦେଇଥିବା ବେଳେ ବ୍ଲକରେ ୪୦ ଜଣ ବ୍ୟକ୍ତିଙ୍କ ଆଧାର କାର୍ଡ ପାଇଁ ବାୟୋମେଟ୍ରିକ ଅପଡେଟ ହୋଇ ପାରୁ ନ ଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି।

ଖୁବ୍ ଶୀଘ୍ର ସେମାନଙ୍କ ଆଧାର କାର୍ଡ ଅପଡେଟ କରିବା ପାଇଁ ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ ରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ତେବେ ବିଡିଓ ଶ୍ରୀଯୁକ୍ତ ମାଝୀଙ୍କ ଏଭଳି କାର୍ଯ୍ୟ ପାଇଁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post