ବାଞ୍ଜିବାହାଳୀ ଗ୍ରାମରେ ମାଁ ମାହେଶ୍ୱରୀ ସେନା ଓ ଗ୍ରାମବାସୀ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ...

ବାଞ୍ଜିବାହାଳୀ ଗ୍ରାମରେ ମାଁ ମାହେଶ୍ୱରୀ ସେନା ଓ ଗ୍ରାମବାସୀ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ...


ବରଗଡ଼,୦୪/୧୧(ବିଜୟ କୁମାର ସାହୁ): ଆଜି ମଙ୍ଗଳବାର ଦିନ ବରଗଡ଼ ବ୍ଲକ ବାଞ୍ଜିବାହାଳୀ ଗ୍ରାମରେ ମାଁ ମାହେଶ୍ୱରୀ ସେନା ଓ ଗ୍ରାମବାସୀ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

       Ad..


ମାଁ ମାହେଶ୍ୱରୀଙ୍କର ପୂଜାର୍ଚ୍ଚନା କରାଯାଇ ଡୁମାଲ ପରିଷଦ ଓଡିଶାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦୟାସାଗର ମେଣ୍ଡଳୀ, ବରଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗଣେଶ ପ୍ରଧାନ ଓ ସରଳା କେନ୍ଦ୍ର ସଭାପତି ଶ୍ରୀଯୁକ୍ତ କରମଚାନ୍ଦ ପ୍ରଧାନ ଓ ଡାକ୍ତର ମହାକୁରଙ୍କ ଦ୍ୱାରା ଫିଟାକାଟି ଶୁଭାରମ୍ଭ କରାଯାଇଥିଲା। 

        Ad..


ବୁର୍ଲା ରକ୍ତଭଣ୍ଡାରର କାଉନସେଲର ଦେବାଶିଷ ମିଶ୍ର, ଟେକନିସିଏନ ଓ କର୍ମଚାରୀଙ୍କ ଦ୍ୱାରା ରକ୍ତ ସଂଗୃହିତ ହୋଇଥିଲା।ଏହି ଶିବିରରେ ୨୯ ଜଣ ପୁରୁଷ ଓ ୦୬ ଜଣ ମହିଳାଙ୍କ ସମେତ ସର୍ବମୋଟ ୩୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। 

Ad..


ଏହି ଶିବିରରେ ମାଁ ମାହେଶ୍ୱରୀ ସେନାର ସଦସ୍ୟ, ବାଞ୍ଜିବାହାଳୀ ଗାଁ ଯୁବ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post