ଭିଜିଲାନ୍ସ ଏସ୍ପି ସତ୍ଯବାନ ମହାନନ୍ଦଙ୍କ ହୃଦ୍ ଘାତରେ ମୃତ୍ୟୁ...
କଣ୍ଟାବାଞ୍ଜି,୦୯/୧୦ : କଟକ ଭିଜିଲାନ୍ସ ମୁଖ୍ୟାଳୟରେ କାର୍ଯ୍ୟରତ ଭିଜିଲାନ୍ସ ଏସ୍ପି (କୋଅର୍ଡିନେସନ୍) ସତ୍ଯବାନ ମହାନନ୍ଦ(୫୯)ଙ୍କ ହୃଦ୍ ଘାତରେ ମୃତ୍ୟୁ ଘଟିଛି।
Ad..
ତାଙ୍କ ଘର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ନିକଟ ସ୍ଥିତ ଚଟୁଅନକା ଗ୍ରାମରେ ହୋଇଥିବା ବେଳେ ସେ ୧୫ ଦିନ ତଳେ ରାଉରକେଲାରୁ କଟକ ଭିଜିଲାନ୍ସ ମୁଖ୍ୟାଳୟକୁ ବଦଳି ହୋଇ ଆସିଥିଲେ।
Ad..
ସୂଚନା ଅନୁସାରେ, କାମ ସାରି ବୁଧବାର ରାତି ୭ଟା ସମୟରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ କ୍ୱାର୍ଟର୍ସକୁ ଯାଉଥିଲେ।ବାଟରେ ତାଙ୍କର ହୃଦ୍ଘାତ ହୋଇଥିଲା। ଗାଡ଼ି ଡ୍ରାଇଭର ତାଙ୍କୁ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Ad..
ତାଙ୍କର ଚାକିରି ଆଉ ୧୧ ମାସ ରହିଥିଲା। ମୃତ୍ୟୁ ଖବର ପାଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ପୂର୍ବରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା।
Ad..
ତାଙ୍କ ପାଖରେ ଜଣେ ମାତ୍ର ପୁଅ ରହୁଥିଲେ। ସେ ସ୍କୁଲରେ ପଢୁଛନ୍ତି। ସେ ଭିଜିଲାନ୍ସ ବିଭାଗର ଡିଏସ୍ପି ଭାବରେ କଳାହାଣ୍ଡି, ନବରଙ୍ଗପୁର ସମେତ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଥିଲେ । ଏ ଖବର ପାଇ ଚଟୁଅନକା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।
Edited by k.s thakur...
Tags:
Cuttack
heart attack
kantabanji
latest news
latest update
odisha daily current affairs
odisha news
pass away
Satyavan mahanand
vigilance sp





