ଜାତୀୟ ସ୍ତରରେ ଚମକିଲେ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀମାନେ...

ଜାତୀୟ ସ୍ତରରେ ଚମକିଲେ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀମାନେ...


ବରଗଡ଼,୧୪/୧୦(ବିଜୟ କୁମାର ସାହୁ) :ମଙ୍ଗଳବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ୧୮ତମ ବରିଷ୍ଠ ଜାତୀୟ ଗେଟବଲ୍ ଚାମ୍ପିଅନସିପରେ  ଅଞ୍ଚଳ ମହାବିଦ୍ୟାଳୟ ସ୍ନାତକ ଶିକ୍ଷା ବିଭାଗର ...

Ad..


ପ୍ରଥମ ପର୍ଯ୍ୟାୟର ଛାତ୍ରୀ ନମ୍ରତା କର୍ଣାଲ୍ ଓଡିଶା ମହିଳା ଗ୍ରୁପ୍ ଇଭେଣ୍ଟରେ ଭାଗନେଇ ସ୍ୱର୍ଣ୍ଣ ପଦକ ଓ ଡବଲ୍ ଇଭେଣ୍ଟରେ ବ୍ୟକ୍ତଗତ ରୌପ୍ୟ ପଦକ ହାସଲ କରିଥିବାବେଳେ ଭୋପାଳ, ମଧ୍ୟପ୍ରଦେଶଦ୍ୱାରା ଆୟୋଜିତ ୩୪ତମ ସର୍ବଭାରତୀୟ ଜି.ଭି. ମାଭାଲାଙ୍କର୍ ସୁଟିଙ୍ଗ ଚାମ୍ପିଅନସିପ୍(ରାଇଫଲ୍) ଏନ୍.ଆର୍ ଇଭେଣ୍ଟର ସ୍ମଲ୍ ବୋର୍ ସ୍ପୋର୍ଟ ରାଇଫଲ୍ ପ୍ରୋନ୍ (ଆର୍) ଚାମ୍ପିଅନସିପ୍...

         Ad..


୫୦ ମିଟର କନିଷ୍ଠ ମହିଳା ବ୍ୟକ୍ତିଗତ ପ୍ରତିଯୋଗୀତାରେ ମହାବିଦ୍ୟାଳୟସ୍ଥ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କେଡେଟ୍ ତଥା ସ୍ନାତକ ଇତିହାସ ବିଭାଗର ଅନ୍ତିମ ବର୍ଷର ଛାତ୍ରୀ ରଶ୍ମି ବାଗ ଭାଗନେଇ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ଜିତିଛନ୍ତି।

Ad..


ମହାବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗର୍ବ  ଓ ଗୌରବ ଆଣିଦେଇଥିବା ସହ ଅଞ୍ଚଳ ମହାବିଦ୍ୟାଳୟକୁ ସର୍ବଭାରତୀୟ ସ୍ତରରେ ପରିଚିତ କରାଇଥିବାହେତୁ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ, କ୍ରୀଡ଼ା ସଂସଦର ଉପ-ସଭାପତି ଅଧ୍ୟାପକ ଷଡ଼ାନନ ଭୋଇ...

Ad..


ଖେଳ ଶିକ୍ଷକ ସଦାନନ୍ଦ ସାହୁ, ସମସ୍ତ ପ୍ରାଧ୍ୟାପକ-ପ୍ରାଧ୍ୟାପିକା, ଅଧ୍ୟାପକ-ଅଧ୍ୟାପିକା ତଥା ଅଣ-ଶିକ୍ଷକ କର୍ମଚାରୀଗଣ  ଖୁସି ବ୍ୟକ୍ତକରି ଉଭୟ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post