ସ୍କ୍ରିନିଂ ଓ ସ୍ୱୟଂ ପରୀକ୍ଷା ହେଉଛି ସ୍ତନ କ୍ୟାନ୍ସର ବିରୋଧରେ ସବୁଠୁ ଶକ୍ତିଶାଳୀ ଅସ୍ତ୍ର ; କେନସର ବିଶେଷଜ୍ଞ ଡା. ଭରତ ଚନ୍ଦ୍ର ମିଶ୍ର...

ସ୍କ୍ରିନିଂ ଓ ସ୍ୱୟଂ ପରୀକ୍ଷା ହେଉଛି ସ୍ତନ କ୍ୟାନ୍ସର ବିରୋଧରେ ସବୁଠୁ ଶକ୍ତିଶାଳୀ ଅସ୍ତ୍ର ; କେନସର ବିଶେଷଜ୍ଞ ଡା. ଭରତ ଚନ୍ଦ୍ର ମିଶ୍ର...


(ସାହସୀ କେନସର ଯୋଦ୍ଧା ଓ ସେମାନଙ୍କ ପଛରେ ଥିବା ଅଦୃଶ୍ୟ ଶକ୍ତି : କେୟାରସ ଗିଭରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି”)

ବରଗଡ,୨୬/୧୦(ବିଜୟ କୁମାର ସାହୁ):  ଫାଇଟର୍ସ ଗୃପ ପକ୍ଷରୁ ସ୍ତନ କର୍କଟ ସଚେତନତା ମାସ ତଥା ପିଙ୍କ୍ ଅକ୍ଟୋବର ପାଳନ କରାଯାଇଥିଲା। ଅକ୍ଟୋବର ମାସକୁ "ପିଙ୍କ ଅକ୍ଟୋବର" ବୋଲି ପରିଚିତ କରାଯାଏ, ଯାହା ସ୍ତନ କର୍କଟ ସଚେତନତାର ପ୍ରତୀକ। "ପିଙ୍କ ରିବନ" ଏହି ଅଭିଯାନର ପ୍ରତୀକ, ଯାହା ଆମକୁ ଏହି ଲଢେଇରେ ଏକତ୍ରତା ଏବଂ ଶକ୍ତିର ସନ୍ଦେଶ ଦିଏ।

Ad..


ଏହି ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ମେଡିକାଲ ସେସନ ରେ ମୁଖ୍ଯ ଅତିଥି ରୂପେ ଯୋଗଦେଇ ବିଶିଷ୍ଟ କେନସର ବିଶେଷଜ୍ଞ ଡାକ୍ତର ଭରତ ଚନ୍ଦ୍ର ମିଶ୍ର କହିଲେ ଯେ, ବ୍ରେଷ୍ଟ କ୍ୟାନ୍ସର ସ୍କ୍ରିନିଂ କଲେ ଏହି ରୋଗରୁ ମୃତ୍ୟୁ ହାର ପ୍ରାୟ ୨୫ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ। 

        Ad..


ସମୟରେ ଚିହ୍ନଟ ହେଲେ ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା କରିବା ସହଜ ହୁଏ, ଫଳରେ ଅତି ଜଟିଳ ସର୍ଜରି ଦରକାର ହୁଏ ନାହିଁ ଓ Breast Conservative Surgery ଭଳି ସହଜ ଉପାୟରେ ଚିକିତ୍ସା ସମ୍ଭବ ହୁଏ। ଏହା ଫଳରେ ରୋଗୀଙ୍କ ଜୀବନ ରକ୍ଷା ହାର ବଢ଼େ। 

Ad..


ସେ ଉପସ୍ଥିତ ମହିଳା ଙ୍କୁ ପରାମର୍ଶ ଦେଇ କହିଲେ ସ୍ତନ କ୍ୟାନ୍ସର ପ୍ରତିରୋଧ ଓ ପ୍ରାରମ୍ଭିକ ଚିହ୍ନଟ ପାଇଁ ସ୍ଵୟଂ ପରୀକ୍ଷା (Self Examination), ଡାକ୍ତରୀ ପରୀକ୍ଷା (Clinical Examination) ଏବଂ ନିୟମିତ ସ୍କ୍ରିନିଂ (Screening) ବହୁତ ଆବଶ୍ୟକ। 

Ad..


ଏହା ସହିତ ଜୀବନଶୈଳୀର ପରିବର୍ତ୍ତନ (Lifestyle Modification) — ଯେପରିକି ସଠିକ ଖାଦ୍ୟାଭାସ, ନିୟମିତ ବ୍ୟାୟାମ, ମଦ୍ୟପାନ ଓ ଧୂମ୍ରପାନରୁ ଦୂରେ ରହିବା- ମଧ୍ୟ ସ୍ତନ କ୍ୟାନ୍ସର ଜୋଖିମ କୁ ହ୍ରାସ କରିଥାଏ। ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ପ୍ରତିମାସ ଥରେ ସ୍ଵୟଂ ପରୀକ୍ଷା କରିବା ଓ ବର୍ଷକୁ ଏକାଧିକଥର କ୍ଲିନିକାଲ ପରୀକ୍ଷା କରାଇବା ନିହାତି ଆବଶ୍ୟକ।

Ad..

ଏହି ସଚେତନତା କାର୍ଯ୍ୟକ୍ରମ ରେ ପ୍ରତିଭାଗୀ ଙ୍କୁ ସଚେତନ ଓ ଉତ୍ସାହିତ କରିବା ପାଇଁ ସ୍ତନ କର୍କଟ ସଂପର୍କୀତ ଲିଖିତ ପ୍ରଶ୍ନ-ଉତ୍ତର ପ୍ରତିଯୋଗିତା, କେନସର ପିଡୀତ ଓ ଉପସ୍ଥିତ ପ୍ରତିଭାଗୀ ମହିଳା ଙ୍କ ଦ୍ବାରା "ପିଙ୍କ ରେମ୍ପ ଓ୍ବାକ" ପ୍ରତିଯୋଗିତା ଫାଇଟର୍ସ ଗୃପ ର ସହଯୋଗୀ ସଦସ୍ୟା ପ୍ରତିଭା ବାରିକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜନ କରାଯାଇଥିଲା। 

Ad..


ଏଥିରେ ଇନରହୁଇଲ କ୍ଲବର ପୂର୍ବତନ ପିଡିସି ମମତା ପୁରୋହିତ, ଫେସନ ଡିଜାଇନର ରୀତୁ ପିପଲାନୀ ବିଚାରକ ରୂପେ ଯୋଗଦେଇ ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିବା ସହିତ ବିଜୟୀନି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। 

କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ ଉପସ୍ଥିତ ଅତିଥି ମାନେ ଦୀପ ପ୍ରଜ୍ବଳନ କରିଥିଲେ। ଫାଇଟର୍ସ ଗୃପ ସାଧାରଣ ସଂପାଦିକା ଅସୀମା ବିଶୋଇ ସ୍ବାଗତ ଭାଷଣ ଦେବା ସହିତ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ। 

ବରିଷ୍ଠ ସଦସ୍ୟା ସୂର୍ଯ୍ୟକାନ୍ତୀ ସିକନ୍ଦର ଅଧ୍ଯକ୍ଷତା କରିବା ସହିତ ସ୍ତନ କର୍କଟ ସଚେତନତା ମାସ ପାଳନ ର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଅସୀମା ବିଶୋଇ ନିଜ କେନସର ଯାତ୍ରା ବିଷୟ ରେ କହିବା ସମୟ ଉପସ୍ଥିତ ଶ୍ରୋତାମାନେ ଭାବବିହ୍ୱଳ ହୋଇ ପଡିଥିଲେ। 

କେନସରରେ ପିଡୀତ ଙ୍କ ଯତ୍ନ ନେଉଥିବା ବ୍ଯକ୍ତିବିଶେଷ ତଥା  "କେନସର କେୟାରସ ଗିଭର" ଙ୍କୁ ପ୍ରାୟତଃ ସମସ୍ତେ ଭୁଲି ଯାଇଥାନ୍ତି କିନ୍ତୁ କେନସର କେୟାରସ ଗିଭର ର ଅବଦାନ ଅତୁଳନୀୟ ତା ବ୍ୟତୀତ ଜଣେ କେନସର ପିଡୀତ ବଞ୍ଚିବା ଆଦୌ ସମ୍ଭବ ନୁହଁ।

ତେଣୁ ଚଳିତ ବର୍ଷ ଫାଇଟର୍ସ ଗୃପ ପକ୍ଷରୁ ପ୍ରଥମ ଥର ପାଇଁ ସାହସୀ କେନସର ଯୋଦ୍ଧା ଓ ସେମାନଙ୍କ ପଛରେ ଥିବା ଅଦୃଶ୍ୟ ଶକ୍ତି - କେୟାରସ ଗିଭରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ "ସାହସୀ କେନସର କେୟାରସ ଗିଭର" ରୂପେ ଫାଇଟର୍ସ ଗୃପ ର ପୂର୍ବତନ ସାଧାରଣ ସଂପାଦକ ସ୍ବର୍ଗତ ବିଶ୍ବଜିତ ବାରିକ ଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରତିଭା ବାରିକ ଙ୍କୁ ସମ୍ମାନୀତ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମ ରେ ଫାଇଟର୍ସ ଗୃପ ସହ ସଂପାଦିକା ଜୟଶ୍ରୀ ପଣ୍ଡା, ପୁଷ୍ପାଞ୍ଜଳି ବେହେରା, ସତ୍ୟଜିତ ଦାଶ, ପ୍ରତାପ ଦାଶ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ବରିଷ୍ଠ ସଦସ୍ୟା ଅମ୍ରୁତା ବେହେରା ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post