ବରଗଡ଼ରେ ଋଷି ନିର୍ବାଣ ଦିବସ ଓ ବୈଦିକ ଯଜ୍ଞ ଅନୁଷ୍ଠିତ...

ବରଗଡ଼ରେ ଋଷି ନିର୍ବାଣ ଦିବସ ଓ ବୈଦିକ ଯଜ୍ଞ ଅନୁଷ୍ଠିତ... 


ବରଗଡ଼,୨୭/୧୦(ବିଜୟ କୁମାର ସାହୁ): ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସମାଜ ସଂସ୍କାରକ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ନିର୍ବାଣ ଦିବସ ବରଗଡ଼ ଠାରେ ଅନୁଷ୍ଟିତ ହୋଇଯାଇଛି।

Ad..


ସ୍ଥାନୀୟ ଟାଉନ ଆର୍ଯ୍ୟ ସମାଜ  ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଵାମୀ ରବି ଶଙ୍କରାନନ୍ଦ ସରସ୍ଵତୀ,ସ୍ଵାମୀ ସତ୍ୟାନନ୍ଦ ସରସ୍ଵତୀ,ସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖ ଯୋଗ ଦେଇ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ସ୍ମୃତି ଚାରଣ କରିବା ସହ...

       Ad..


ସ୍ଵାମୀଜୀଙ୍କ ସମାଜ ସଂସ୍କାର କ୍ଷେତ୍ରରେ ରହିଥିବା ଉଲ୍ଲେଖନୀୟ ଭୂମିକା ଉପରେ ଆଲୋଚନା କରିଥିଲେ।ଏହି ଅବସରରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଯଜ୍ଞ କର୍ତ୍ତା ଭାବେ ଜିଲ୍ଲା ରଜକ ସେବା ସମିତି ଅଧ୍ୟକ୍ଷ ଅର୍ଜୁନ ସେଟ୍ ଦାୟିତ୍ବ ନିର୍ବାହ କରିଥିବା ବେଳେ...

Ad..


ଯଜ୍ଞ ରେ ସୁଦୀପ କୁମାର ରଥ ,ଜ୍ୟୋତି ବେହେରା,ସୀମା ଭୋଇ,ଜ୍ୟୋତ୍ସ୍ନା ତ୍ରିପାଠୀ,ସୁନୀତା ମିଶ୍ର ,ଗୀତା ଜାଲ ,କପିଲ ବାଗ,ଡ଼ା.ଡୋଳା ମଣି ସତପଥି ,ସୁରେଖା ମୁଗ୍ରି,ସାଜ୍ଞା ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରି ଆହୁତି ପ୍ରଦାନ କରିଥିଲେ। 

Ad..


ବିଶିଷ୍ଟ କଣ୍ଠ ଶିଳ୍ପୀ ସୀମା ସାହୁ ଭଜନ ପରିବେଷଣ କରିଥିବା ବେଳେ ପୂର୍ଣ୍ଣାହୂତି ରେ ବହୁ ଭକ୍ତ ଉପସ୍ଥିତ ରହିଥିଲେ। କାର୍ଯ୍ୟ ସମାପନରେ  ଗୋପବନ୍ଧୁ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post