ଦୀପାବଳି ୨୦୨୫ : ପ୍ରଦୂଷଣ ପାଇଁ କେବଳ ଦୀପାବଳି ହିଁ ଦାୟୀ ନୁହେଁ...
ଭୁବନେଶ୍ଵର,୨୧/୧୦ : ସବୁବର୍ଷ ଦୀପାବଳି ଆସିଲେ ପ୍ରଦୂଷଣ କଥା ମନେ ପଡ଼େ । ହେଲେ ବାସ୍ତବରେ ପ୍ରଦୂଷଣ ପାଇଁ କେବଳ ଦୀପାବଳି ଦାୟୀ ନୁହେଁ ।
Ad..
ଏହା ପଛରେ ଅନେକ କାରଣ ରହିଛି। ଗାଡିମୋଟର ଚଳାଚଳ, ଟ୍ରାଫିକ ଜାମ, ଫ୍ୟାକ୍ଟ୍ରିରୁ ବାହାରୁଥିବା ଧୂଆଁ, କ୍ଷେତରେ ଜଳା ହେଉଥିବା ଛଣରୁ ବାହାରୁଥିବା ଧୂଆଁ ମଧ୍ୟ ବାୟୁ ପ୍ରଦୂଷଣର ପ୍ରମୁଖ କାରଣ।
Ad..
ଅନ୍ୟପକ୍ଷରେ ଆଜିକାଲି ଇକୋ-ଫ୍ରେଣ୍ଡଲି ବାଣ ମଧ୍ୟ ମାର୍କେଟ୍କୁ ଆସିଲାଣି। ବାଣ ଯୋଗୁଁ ୩୦ରୁ ୪୦ ପ୍ରତିଶତ ପ୍ରଦୂଷଣ ହେଉଥିବା ବେଳେ ଏହା ଅଳ୍ପ ସମୟ ପର୍ଯ୍ୟନ୍ତ ରହିଥାଏ।
Ad..
ହେଲେ ବାୟୁମଣ୍ଡଳରେ ପୂର୍ବରୁ ଅନେକ ଧୂଳି ଧୂଆଁ ଭରି ରହିଛି। କିନ୍ତୁ ଆଲୋକର ଦୀପାବଳିକୁ ସମସ୍ତେ ଏଥିପାଇଁ ଦାୟୀ କରୁଛନ୍ତି ।
Ad..
ପ୍ରାୟ ଅଧିକାଂଶ ଦେଶରେ ବର୍ତ୍ତମାନ ବାୟୁ ପ୍ରଦୂଷଣର ପରିମାଣ ବୃଦ୍ଧି ପାଇଛି । ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ କଳକାରଖାନା ସ୍ଥାପନ, ନିର୍ମାଣ କାର୍ଯ୍ୟ ଓ ଗାଡ଼ିମୋଟର ବ୍ୟବହାର କ୍ରମଶଃ ବୃଦ୍ଧି ପାଇଛି । ଏହା ହେଉଛି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ।
Ad..
ଏଥିଯୋଗୁଁ ବାୟୁମଣ୍ଡଳରେ କାର୍ବନ ମନୋକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍, ସଲ୍ଫର ଡାଇଅକ୍ସାଇଡ୍, ଓଜୋନ ଆଦି ଗ୍ୟାସର ପରିମାଣ ବଢ଼ୁଛି ଯାହା ମନୁଷ୍ୟ ସ୍ବାସ୍ଥ୍ୟ ପ୍ରତି ଅତି କ୍ଷତିକାରକ ।
Ad..
ପ୍ରଦୂଷଣ ରୋକିବା ଦିଗରେ ଚଳଚ୍ଚିତ୍ର, ପଥପ୍ରାନ୍ତ ଯାତ୍ରା ବା ବିଭିନ୍ନ ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ପ୍ରଦୂଷଣ କିଛିକାଂଶରେ କମ ହୋଇପାରିବ । ଏଥିପାଇଁ ପର୍ବପର୍ବାଣିକୁ ଦାୟୀ କରିବା ଯୁକ୍ତିଯୁକ୍ତ ନୁହେଁ ।
Edited by k.s thakur...
Tags:
air quality index
Bhubaneswar
celebration
dipawali
latest news
latest update
odisha daily current affairs
odisha news
pollution







