ହୀରାକୁଦ ଜଳଭଣ୍ଡାରରେ ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ...

ହୀରାକୁଦ ଜଳଭଣ୍ଡାରରେ ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ...


ସମ୍ବଲପୁର,୦୩/୧୦ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କ ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛ ଚାଷ କରାଯିବାର ଆଧୁନିକ ପ୍ରଣାଳି ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ର ଉଦଘାଟନ କରିଛନ୍ତି ।
Ad..


ପ୍ରାୟ ୭କୋଟି ଟଙ୍କା ବ୍ୟୟରେ ୩୭ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ରାଜ୍ୟର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ପ୍ରଧାନ କହିଛନ୍ତି ।

Ad..


ସୂଚନାଯୋଗ୍ୟ, ହୀରାକୁଦ ଜିଲ୍ଲା ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହେଉଛି । ଏଠାରେ ମାଛ ଉତ୍ପାଦନକୁ ଆହୁରି ବଢ଼ାଇବା ପାଇଁ ଓ ମାଛକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ଶୀତଳ ଭଣ୍ଡାର, ବରଫ କାରଖାନା ଉପଲବ୍ଧ ହେବ ।

Ad..


ଉନ୍ନତ ପ୍ରକ୍ରିୟାକରଣ ଯୋଗୁଁ ଆମ ମାଛର ମାନ ବୃଦ୍ଧି ପାଇବ । ଫଳରେ ଏହାକୁ କେବଳ ଓଡ଼ିଶା ନୁହେଁ, ଦେଶର ବଡ଼ ବଡ଼ ବଜାର ଏବଂ ଆନ୍ତର୍ଜାତୀୟ ବଜାରକୁ ପଠାଇବା ସହଜ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Ad..


ରାଜ୍ୟରେ ପ୍ରାୟ ୧୨ ଲକ୍ଷ ମେଟ୍ରିକ୍ ଟନ ମାଛ ଉତ୍ପାଦନ ହେଉଛି । ଏହାକୁ ଦୁଇ ତିନି ଗୁଣା କରାଇଲେ ହିଁ ମତ୍ସ୍ୟଚାଷୀଙ୍କ ବିକାଶ ସହ ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Ad..


ଏହି ପରିପ୍ରେକ୍ଷୀରେ ଜୈବିକ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ।

Ad..






Edited by k.s thakur...

Post a Comment

Previous Post Next Post