ସିନ୍ଧେକେଲାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ...
ସିନ୍ଧେକେଲା,୩୦/୧୦ : ସିନ୍ଧେକେଲା ହାଟପଦା ସ୍ଥିତ ମାଁ ଦୂର୍ଗାପୂଜା ମଣ୍ଡପ ପ୍ରାଙ୍ଗଣରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ସିନ୍ଧେକେଲା ଆଇଆଇସି ଫୁଲଜେନ୍ସ ଲାକ୍ରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଏସଡିପିଓ ଯଶୋବନ୍ତ ପ୍ରଧାନୀ, ସମ୍ମାନୀତ ଅତିଥି ଭାବେ ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ସାଇବର ଇନ୍ସପେକ୍ଟର ଅଲେଖ ଗଡ଼ତିଆ...
Ad..
ଏସ ଆଇ ହେମକାନ୍ତୀ ଛତ୍ରିଆ, ସାଇବର ଏଏସଆଇ ମଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି ଓ ସହାୟିକା ମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବାକୁ ସଚେତନ କରିଥିଲେ।
Ad..
ସଚେତନତା ରଥର ପ୍ରୋଜେକ୍ଟର ମାଧ୍ୟମରେ ସଚେତନତାଧର୍ମୀ ବିଭିନ୍ନ ଭିଡିଓ ପ୍ରଦର୍ଶିତ ହୋଇଥିବା ବେଳେ ପାଟଣାଗଡ଼ ସାତ କୁଆଁରୀ ସାଂସ୍କୃତିକ ଦଳ ନାଚ ଗୀତ ମାଧ୍ୟମରେ ବେଶ୍ ସୁନ୍ଦର ଭାବେ ବୁଝାଇଥିଲେ।
Ad..
ଅନଲାଇନ ଠକେଇ,ଋଣ ଠକେଇ, ଡିଜିଟାଲ ଆରେଷ୍ଟ, ସମ୍ପର୍କରେ ସଚେତନ କରିବା ସହ ପ୍ରଲୋଭନ ଦେଖାଇ ମୋବାଇଲରେ ଆସୁଥିବା ଅଜଣା ଲିଙ୍କ ନ ଖୋଳିବା ସମ୍ପର୍କରେ ସାଇବର ଏଏସଆଇ ମଧୁ ସାହୁ ବୁଝାଇଥିଲେ।
Ad..
ଠକେଇରେ ଶିକାର ହେଲେ ନିକଟସ୍ଥ ଥାନା କିମ୍ବା ସାଇବର ଥାନାରେ ଅଭିଯୋଗ ସହ ୧୯୩୦ ରେ ଫୋନ୍ କରି ଅଭିଯୋଗ କରିବା ପାଇଁ ସଚେତନ କରାଯାଇଥିଲା।
Ad..
ଉପସ୍ଥିତ ସମସ୍ତଙ୍କୁ ସାଇବର ସଚେତନତାକୁ ନେଇ ସପଥ ପାଠ କରାଯାଇଥିଲା। ଶେଷରେ ସିନ୍ଧେକେଲା ଆଇଆଇସି ଶ୍ରୀ ଲାକ୍ରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Edited by k.s thakur...
Tags:
cyber security awareness program
latest news
latest update
odisha daily current affairs
odisha news
police
sindhekela







