ବସ୍ ଭିତରେ ପଶି ଯାତ୍ରୀଙ୍କୁ ସଶସ୍ତ୍ର ଆକ୍ରମଣ : ୭ ଗୁରୁତର ଆହତ...
ପୁରୀ,୦୭/୧୦ : ପୁରୀ ଜିଲ୍ଲା କଣାସରେ ଜଘନ୍ୟ କାଣ୍ଡ। ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ। ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Ad..
ଲକ୍ଷ୍ମୀ ବସ୍ରେ ଯାତ୍ରା କରୁଥିବାବେଳେ ବସ୍ ଭିତରେ ପଶି ୭ଜଣଙ୍କୁ ଅମାନୁଷିକ ଭାବେ ହାଣି ପକାଇଛି ଯୁବକ । ଖବର ପାଇ କଣାସ ଖାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛନ୍ତି। ଅଭିଯୁକ୍ତ ଏବେ ଗଡ଼ିଶାଗୋଦା ଥାନାରେ ରହିଛି।
Ad..
ସୂଚନା ଅନୁସାରେ, ଲକ୍ଷ୍ମୀ ବସ୍ କଣାସରୁ ଗଡ଼ିଶାଗଦା ଅଭିମୁଖେ ଯାଉଥିଲା। ହଠାତ୍ ବିନ୍ଧଣ ଛକ ନିକଟରେ ବସ୍ରେ ପଛ ସିଟ୍ରେ ବସିଥିବା ଯୁବକ ଜଣଙ୍କ ଆସି ସାମ୍ନାରେ ବସିଥିବା ଯାତ୍ରୀଙ୍କୁ ଆକ୍ରମଣ କରିଥିଲା।
Ad..
ତେବେ କେଉଁ ଉଦ୍ଦେଶ୍ୟରେ ଯୁବକ ଜଣଙ୍କ ଆକ୍ରମଣ କଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ ।
Ad..
Edited by k.s thakur...
Tags:
7 injured
deadly attack
latest news
latest update
odisha daily current affairs
odisha news
puri





