କେନ୍ଦୁମାଲ ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ...

କେନ୍ଦୁମାଲ ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ...


ବରଗଡ଼,୦୨/୦୯ (ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁମାଲ ଗ୍ରାମରେ ଗଣେଶ ପୂଜା କମିଟି ତରଫରୁ  ନାଏବ ସରପଞ୍ଚ ଉପେନ୍ଦ୍ର ବିଭାର ଙ୍କ ସଭାପତିତ୍ବରେ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଯାଇଛି। 

      Ad..


ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଅର୍ପିତା ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ସୁଶାନ୍ତ ପଣ୍ଡା,ନବୀନ ସାହୁ,ଗୌନ୍ତିଆ ଦୁର୍ଯ୍ୟୋଧନ ସାହୁ,ସୁଦାମ ସାହୁ,ବିଦ୍ୟାଧର ବରିହା,ଲେକୃ ମହାନନ୍ଦ,ପାଲଙ୍କ କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ। 

       Ad..


ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ପଣ୍ଡାଙ୍କୁ ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ନାଏବ ସରପଞ୍ଚ ଶ୍ରୀଯୁକ୍ତ ବିଭାର ଅବଗତ କରିଥିବା ବେଳେ ଶ୍ରୀମତୀ ପଣ୍ଡା ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ   ଗ୍ରାମବାସୀଙ୍କୁ ଏକତ୍ରିତ ହୋଇ ଗ୍ରାମର ବିକାଶ ଦିଗରେ ସମସ୍ତେ ମିଳିମିଶି କାମ କରିବା ପାଇଁ ଅନୁରୋଧ କରିଥିଲେ। 

Ad..


ଏହି ଅବସରରେ କୁନି କୁନି କଳାକାର ମାନଙ୍କୁ ନେଇ ନୃତ୍ୟ ପରିବେଷଣ ହୋଇଥିବା ବେଳେ ସୁଦାମ ସାହୁଙ୍କ ନେତୃତ୍ୱରେ ଏକ ମହିଳା କୀର୍ତ୍ତନ ଦଳର ଶୁଭାରମ୍ଭ ହୋଇଥିଲା ଯାହାର ନାଆଁ ହେଉଛି ମା ସମଲେଇ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଯେଉଁଥିରେ ଗ୍ରାମର ସୁନୀତା ସାହୁ ହେଉଛନ୍ତି ଗାୟିକା ଓ ହୃଷୀକେଶ ବରିହା ଗାୟକ।

Ad..



ତେବେ କୁଳିଆରୀ ଗ୍ରାମର ଲକ୍ଷ୍ମଣ ଭୋଇ ଏବଂ ରୁଦ୍ର ସାହୁ ଉକ୍ତ କୀର୍ତ୍ତନ ଦଳକୁ ସିଖାଉ ଥିବା ବେଳେ ପ୍ରଥମ ଦିବସରେ ସୁନୀତା ସାହୁଙ୍କ ଗୀତ ଓ ନୃତ୍ୟ ପରିବେଷଣ କୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ । 

Ad..


ତେବେ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀଯୁକ୍ତ ପଣ୍ଡା ସମାଜରେ ପଡିରହିଥିବା ଅସହାୟ ଲୋକେ କିଭଳି ଭାବରେ ସମସ୍ତ ସରକାରୀ ଯୋଜନା ପାଇପାରିବେ ଏବଂ ସମସ୍ତେ ଏକ ହୋଇ ନିଜ ଗ୍ରାମର ବିକାଶ କରିବା ଆମର ଏକ ମାତ୍ର ଲକ୍ଷ ରହୁ ବୋଲି ମତପ୍ରକାଶ କରିବା ସହ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଗ୍ରାମବାସୀଙ୍କୁ ଅନେକ ପ୍ରଶଂସା କରିଥିଲେ।

Ad..


ଗଣେଶ ପୂଜା କମିଟି ର ସଦସ୍ୟ ଜିତେନ୍ଦ୍ର ମହାନନ୍ଦ,ବିଜୟ କୁମ୍ଭାର,ବୁଲୁ କୁମ୍ଭାର,ସର୍ଜନ ସୁନା,ମଧୁ ସୁନା,ଭୋଜରାଜ ତାଣ୍ଡି, ନୂଆଁ କୁଅଁର,ଲଳିତ ବିଭାର ପ୍ରମୁଖ ସହଯୋଗ କରିଥିବା ବେଳେ ସାମାରୁ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post