ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା...

ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା...


ରାୟଗଡ଼ା,୧୨/୦୯ : ଆଜି ଦଳର ବରିଷ୍ଠ ନେତା ଇସ୍ତଫା ଦେବା ପରେ ପ୍ରଫୁଲ୍ଲ ସାମଲଙ୍କୁ ନିଲମ୍ୱନ କରାଯାଇଛି । ଏହା ପରେ ବିଜେଡି ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଚି । ରାୟଗଡ଼ା ଜିଲ୍ଲାରେ ବିଜେଡ଼ିରେ ବଡ଼ ବିପର୍ଯ୍ୟୟ ହେବାକୁ ଯାଉଛି । 

      Ad..


ଆଜି ରାୟଗଡ଼ା ପୌର ପାଳିକାର ଉପାଧ୍ୟକ୍ଷାଙ୍କ ବିରୁଦ୍ଧରେ ଏକାଠି ହୋଇଛନ୍ତି  କାଉନସିଲର୍ । ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ୧୯ କାଉନସିଲର୍।

       Ad..


ସୂଚନା ଯୋଗ୍ୟ; ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷା ଅଛନ୍ତି ବିଜେଡ଼ିର ନେତ୍ରୀ ଶୁଭ୍ରା ପଣ୍ଡା । ସେଠାରେ ମୋଟ ୨୪ ଜଣ କାଉନସିଲରଙ୍କ ମଧ୍ୟରୁ କେବଳ ୨ ଜଣ ବିଜେପି ଓ ଜଣେ କଂଗ୍ରେସ ଦଳର ଅଟନ୍ତି । 

Ad..


କିନ୍ତୁ ଆଜି ୧୯ ଜଣ ବିଜେଡ଼ି କାଉନସିଲର୍ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଥିବା ବେଳେ ନିର୍ବାଚନ ତାରିଖ ଦେଇ ନାହାଁନ୍ତି ।

Ad..






Edited by k.s thakur...


Post a Comment

Previous Post Next Post