ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା...
ରାୟଗଡ଼ା,୦୯/୦୯ : ବିଜେଡିରେ ପୁଣି ହଟଚମଟ। ବିଜେଡିରୁ ଇସ୍ତଫା ଦେଲେ ରାୟଗଡ଼ାର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା।
Ad..
ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗଠନ ହେଲା ବିଜୁ ସ୍ୱାଭିମାନ ମଞ୍ଚ। ନୂତନ ସଭାପତିଙ୍କ ନାମ ଘୋଷଣା ପରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି,କାଉନସିଲର ଓ ବରିଷ୍ଠ ନେତାମାନେ ଭାସ୍କର ରାଓଙ୍କ ବାସଗୃହରେ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।
Ad..
କିଛି ଦିନ ମଧ୍ୟରେ ଭାସ୍କର ରାଓଙ୍କ ଗୋଷ୍ଠୀ ଏକ ବଡ଼ ନିଷ୍ପତ୍ତି ନେବେ ବୋଲି ଆଲୋଚନା ହେଉଥିଲା। ଏହି ଆଲୋଚନାକୁ ଖୋରାକ ଯୋଗାଇଛି ବିଜେଡି କାର୍ଯ୍ୟାଳୟ ବୋଲି ଲେଖାଯାଇଥିବା ସ୍ଥାନରେ ଗତକାଲି ଏଥିରେ ଧଳା ରଙ୍ଗ ବୋଳି ଦିଆଯାଇଥିଲା।
Ad..
୨୦୨୪ ନିର୍ବାଚନ ସମୟରେ ଭାସ୍କର ରାଓଙ୍କୁ ଜିଲ୍ଲା ସଭାପତି ରୂପେ ଘୋଷଣା ପରେ ଏହି ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ ହୋଇଥିଲା। ପ୍ରାୟ ଏକ ଦଶନ୍ଧି ଧରି ଭାସ୍କର ରାଓ ଏବଂ ସୁଧୀର ଦାଶଙ୍କ ଗୋଷ୍ଠୀ ଭିତରେ ବିବାଦ ଲାଗିରହିଛି । ଭାସ୍କର ରାଓଙ୍କ ଗୋଷ୍ଠୀକୁ ରାଜ୍ୟ ସଂଗଠନ ବାରମ୍ବାର ଅଣଦେଖା କରି ସେମାନଙ୍କ ବିରୋଧରେ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ଜିଲ୍ଲା ବିଜେଡିରେ ବିବାଦ ତୀବ୍ରତର ହୋଇଛି ।
Ad..
ସୁଧୀର ଦାଶ ଗୋଷ୍ଠୀ ଭାସ୍କର ରାଓଙ୍କ ବିରୋଧରେ କାର୍ଯ୍ୟକରିବା ଏବଂ ରାଜ୍ୟ ସଂଗଠନର ଭାସ୍କର ରାଓଙ୍କୁ ଅଣଦେଖା କରିବା ଘଟଣା ଏଭଳି ସ୍ଥିତିକୁ ନେଲା ଯେ ପ୍ରଥମେ ୨୦୧୯ରେ ରାୟଗଡ଼ା ବିଧାନସଭା ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେଡି ହାତରୁ ଖସିଥିଲା ଏବଂ ୨୦୨୪ ନିର୍ବାଚନରେ ବିଜେଡି ମୂଳରୁ ସଫା ହୋଇଗଲା ।
Ad..
୨୦୨୪ ନିର୍ବାଚନ ବେଳେ ରାଜ୍ୟ ସଂଗଠନ ଭାସ୍କର ରାଓଙ୍କ ସହ ଆଦୌ ଆଲୋଚନା ନକରି ୩ ବିଧାନସଭା ଆସନ ପାଇଁ ଦଳ ଟିକଟ ଦେଇଥିଲା । ରାୟଗଡ଼ା ଆସନ ପାଇଁ ହୋଇଥିବା ବିବାଦ ମଧ୍ୟ ଉଗ୍ର ରୂପ ନେଇଥିଲା ।
Ad..
ଏପରିକି ସେତେବେଳେ ଭାସ୍କର ରାଓ ଗୋଷ୍ଠୀର ବରିଷ୍ଠ ନେତାମାନେ ନିଜ ପଦ ପଦବିରୁ ଇସ୍ତଫା ମଧ୍ୟ ଦେଇଥିଲେ। ଏବେ ସଭାପତି ରୂପେ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଭାସ୍କର ଗୋଷ୍ଠୀର ନେତାମାନେ ସାମୁହିକ ଇସ୍ତଫା ଦେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା।
Edited by k.s thakur...
Tags:
Biju swabhiman manch
ex mp
latest news
latest update
left bjd
N.bhaskar rao
odisha daily current affairs
politics
Rayagada







