ଜୁହ୍ନାବ୍ରାହ୍ମଣୀ ବୀର ସୁରେନ୍ଦ୍ର ସାଏ ଯୁବାମଞ୍ଚ ତରଫରୁ ନୂଆଁଖାଇ ଭେଟଘାଟ...

ଜୁହ୍ନାବ୍ରାହ୍ମଣୀ ବୀର ସୁରେନ୍ଦ୍ର ସାଏ ଯୁବାମଞ୍ଚ ତରଫରୁ ନୂଆଁଖାଇ ଭେଟଘାଟ...


ବରଗଡ଼,୦୧/୦୯ (ବିଜୟ କୁମାର ସାହୁ): ବରଗଡ ଜିଲ୍ଲା ବରପାଲି ବ୍ଲକ ଜୁହ୍ନାବ୍ରାହ୍ମଣୀ ବୀର ସୁରେନ୍ଦ୍ର ସାଏ ଯୁବା ମଞ୍ଚ ତରଫରୁ ସଭାପତି ବିଶ୍ଵ ରଞ୍ଜନ ଦିଶ୍ରୀ ଏବଂ ଉପ-ସଭାପତି ପ୍ରଦୀପ ପଧାନଙ୍କ ତତ୍ତ୍ବାବଧାନରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। 

      Ad..


ସର୍ବ ପ୍ରଥମେ ସମଲେଶ୍ବରୀ "ମା" ଙ୍କୁ ପୂଜା ଅର୍ଚନା କରି ଗ୍ରାମର ସମସ୍ତ ଆବାଳ ବୃଦ୍ଧବନିତାଙ୍କ ଉପସ୍ଥିତରେ ଗ୍ରାମର ଗୌନ୍ତିଆ ବିଶ୍ଵ ରଞ୍ଜନ ଦିଶ୍ରୀଙ୍କୁ  ବରଣ କରି ଗ୍ରାମ ପରିକ୍ରମା କରାଗଲା। 

Ad..


କଳାଦୃଷ୍ଟିରୁ ବହୁ ଚର୍ଚ୍ଚିତ କରମ୍ ସାନି ବାହକ ଭୋଜରାଜ ସାହୁ ଏବଂ ଆକଶ ବାଣୀ ଗୀତିକାର ଯୁଧିଷ୍ଟିର ମେହେର ଙ୍କୁ ସମ୍ମାନିତ କରାଗଲା । ଚଳିତ ବର୍ଷ ଆଗଲପୁର, ତିଳେଇମାଳ ଏବଂ ଜୁହ୍ନାବ୍ରାହ୍ମଣୀ ବିଦ୍ୟାଳୟ ରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ "ଲାଲ୍ ବିହାରୀ ଦିଶ୍ରୀ ମେଧା ସ୍ମୃତି ସମ୍ମାନ" ରେ ସମ୍ମାନିତ କରାଗଲା ।

Ad..


ଦ୍ଵିତୀୟ ପର୍ଯ୍ୟାୟରେ କୋଡ଼ିଏ ରୁ ଉର୍ଦ୍ଧ ନୃତ୍ୟ ପ୍ରତିଯୋଗୀ ମାନଙ୍କୁ ନେଇ ନୃତ୍ୟ  ସହ ବୀର ସୁରେନ୍ଦ୍ର ସାଏ ଯୁବା ମଞ୍ଚ ପକ୍ଷରୁ ଚୂଡାମଣି ଏବଂ ଜୟ ପ୍ରକାଶ ପଧାନ ଦ୍ଵାରା ରଚିତ ,ମନୋରଞ୍ଜନ ପାଣ୍ଡେ ଙ୍କ  ନିର୍ଦ୍ଦେଶନାରେ"ନୂଆ ଜୀବନ" ଏକ କ୍ଷୁଦ୍ର ନାଟକ ନାରୀ ଓ ନିଶା ନିବାରଣ ଉପରେ ପର୍ଯ୍ୟବେସିତ ନାଟକ ପରିବେଷଣ କରାଯାଇଥିଲା। 

Ad..


ପୂର୍ବରୁ ବକ୍ତୃତା, ରଚନା, ଚିତ୍ରାଙ୍କନ ପ୍ରତିଯୋଗୀତା ହୋଇଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଗଲା ଏବଂ  ଶେଷରେ ଗୌରାଙ୍ଗ ପାଣ୍ଡେ ଧନ୍ୟବାଦ୍ ପ୍ରଦାନ କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post