ପପଙ୍ଗା ରେ ରକ୍ତଦାନ ଶିବିର : ମୋଟ - ୬୫ ୟୁନିଟ୍ ରକ୍ତ ସଂଗୃହୀତ...

ପପଙ୍ଗା ରେ ରକ୍ତଦାନ ଶିବିର : ମୋଟ - ୬୫ ୟୁନିଟ୍ ରକ୍ତ ସଂଗୃହୀତ...


ବରଗଡ଼/ ପପଙ୍ଗା ,୧୨/୦୯ (ବିଜୟ କୁମାର ସାହୁ): ଆଜି ଶୁକ୍ରବାର ଦିନବରଗଡ଼ ଜିଲ୍ଲା  ଭେଡେନ ବ୍ଲକ ପପଙ୍ଗା ଠାରେ ମାଁ ମାହେଶ୍ୱରୀ ସେନା ଓ ଶ୍ରୀ ବୁଢ଼ାରଜା ଆଞ୍ଚଳିକ ୟୁଥ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। 

Ad..


ସର୍ବ ପ୍ରଥମେ ମାଁ ମାହେଶ୍ୱରୀ ଓ ଶ୍ରୀ ବୁଢାରଜା ମହାପ୍ରଭୁଙ୍କର ଠାରେ ଦ୍ବୀପପ୍ରଜ୍ବଳନ ସହ ପୂଜାର୍ଚ୍ଚନା କରାଯାଇଥିଲା।ଏହି ରକ୍ତଦାନ ଶିବିରକୁ ଡୁମାଲ ପରିଷଦ, ବରଗଡ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗଣେଶ ପ୍ରଧାନ, ସମାଜସେବୀ ଡାକ୍ତର ପ୍ରଫୁଲ୍ଲ କୁମାର ମହାକୁର ଓ ସମାଜ ସେବୀ ଶ୍ରୀଯୁକ୍ତ ଘନଶ୍ୟାମ ମହାକୁର ଫିତାକାଟି ଶୁଭାରମ୍ଭ କରିଥିଲେ।

Ad..


ଭୀମସାର ବୁର୍ଲା ରକ୍ତଭଣ୍ଡାରର ଡକ୍ଟର, ଟେକନିସିଏନ ଓ କର୍ମଚାରୀଙ୍କ ଦ୍ୱାରା ରକ୍ତ ସଂଗୃହିତ ହୋଇଥିଲା।ପ୍ରଥମ କରି ନୂଆ ୧୦ଜଣ ରକ୍ତଦାନ କରିଥିଲେ।ଏହି ଶିବିରରେ ୬ଜଣ ମହିଳା ଓ ୫୯ଜଣ ପୁରୁଷଙ୍କ ଠାରୁ ମୋଟ ୬୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। 

Ad..


ମାଁ ମାହେଶ୍ୱରୀ ସେନା ଓ ଶ୍ରୀ ବୁଢାରଜା ଆଞ୍ଚଳିକ ୟୁଥ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଏହି ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ସାହାଯ୍ୟ ସହଯୋଗ କରିଥିଲେ।

Ad..





Report : Bijay ku sahu

Edited by k.s thakur...


Post a Comment

Previous Post Next Post