ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ପ୍ରସଙ୍ଗ: ଟ୍ରିବ୍ୟୁନାଲରେ ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଲା ଶୁଣାଣି...
ଭୁବନେଶ୍ଵର,୦୨/୦୮ : ମହାନଦୀ ଜଳ ବିବାଦକୁ ନେଇ ଆସିଲା ବଡ଼ ଖବର। ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ସମାଧାନକୁ ନେଇ ଆପୋସ ଆଲୋଚନା ଦିଗରେ ପର୍ଯ୍ୟାପ୍ତ ଅଗ୍ରଗତି ହୋଇଛି।
Ad..
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ଟ୍ରିବ୍ୟୁନାଲରେ ହେବାକୁ ଥିବା ଶୁଣାଣି ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଛି ।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ନୁଦେବ ପ୍ରତିଉତ୍ତର ଦେଇଛନ୍ତି ।
Ad..
ମହାନଦୀ ଜଳ ବିବାଦ ସମ୍ପର୍କରେ ଆପୋଷ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଚିଠି ମାଧ୍ୟମରେ ଜଣାଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସହମତି ଦେଇ ଏହା ବିଚାରାଧୀନ ଅଛି ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି।
Ad..
ଆପୋସ ସମାଧାନ ଉଦ୍ୟମ କଥା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି ଏବଂ ଓଡ଼ିଶାର ଆନ୍ତରିକତା ପାଇଁ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପ୍ରଶଂସା କରିଛନ୍ତି ବୋଲି ଓଡ଼ିଶାର ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।
Ad..
ଦେଶର ଗୃହ ମନ୍ତ୍ରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରିଛନ୍ତି ବୋଲି ଆଚାର୍ଯ୍ୟ କହିଛନ୍ତି।
Edited by k.s thakur...
Tags:
Bhubaneswar
chhattisgarh
latest news
latest update
mahanadi water dispute
Odisha
odisha daily current affairs





