ବିପର୍ଯ୍ୟସ୍ତ ଶିକ୍ଷା ଭିତ୍ତିଭୂମି କୁ ନେଇ ଆମ୍ ଆଦମୀ ପାର୍ଟି ର ଉଦବେଗ...

ବିପର୍ଯ୍ୟସ୍ତ ଶିକ୍ଷା ଭିତ୍ତିଭୂମି କୁ ନେଇ ଆମ୍ ଆଦମୀ ପାର୍ଟି ର ଉଦବେଗ...


(ଯୋଗାଯୋଗ କରିବାକୁ ନମ୍ବର ଜାରି କଲା ଆପ୍)

ବରଗଡ଼,୦୫/୦୮ : ଦେଶରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା କୁ ନେଇ ଆମ୍ ଆଦମୀ ପାର୍ଟି ତରଫରୁ ଉଦବେଗ ପ୍ରକାଶ କରାଯାଇଛି। ପାର୍ଟି ସାଙ୍ଗଠନିକ ବୈଠକ ରେ ଏହି ବିଷୟରେ ଆଲୋଚନା କରାଯାଇଛି।

Ad..


ଗତ କିଛି ଦିନ ପୂର୍ଵ ରୁ ରାଜସ୍ଥାନ ର ଝଲାୱର ରେ ଗୋଟିଏ ସ୍କୁଲରେ ଛାତ ଭୁଶୁଡି ପଡିବାରୁ ୮ ଜଣ ଛାତ୍ର ଙ୍କ ମୃତ୍ୟୁ ହୋଇ ଥିଲା ଏହାପରେ ଦେଶରେ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି କୁ ନେଇ ପ୍ରଶ୍ନ ଉଠିଛି ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ କହିଛନ୍ତି। 

Ad..


ଯେଉଁଠି ଡବଲ ଇଂଜିନ ସରକାର ଅଛି ସେଠି ଶିକ୍ଷା ସ୍ଥିତି ଆହୁରି ଶୋଚନୀୟ ବୋଲି ଶ୍ରୀ ସାହୁ କହିଛନ୍ତି। ଓଡ଼ିଶାରେ ବିଗତ ସରକାର ସମୟରେ ୧୪ ହଜାର ସ୍କୁଲ ବନ୍ଦ କରିଥିବା ବେଳେ ବର୍ତମାନ ର ବିଜେପି ସରକାର ମଧ୍ୟ ସ୍କୁଲ ଖୋଲିବା ମୁଡ଼ ରେ ନାହାନ୍ତି ବୋଲି ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ କହିଛନ୍ତି। 

Ad..


ଏହି ଶିକ୍ଷା ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ରାଜ୍ୟସାରା ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ, ଯଦି କୌଣସି ଗାଁ ରେ ବିଦ୍ୟାଳୟ ଅବସ୍ଥା ଠିକ ନାହିଁ, ଶ୍ରେଣୀ ଗୃହ, ପରିସ୍ରାଗାର, ପିଇବା ପାଣି, ପାଚେରୀ, ଆବଶ୍ୟକ ଶିକ୍ଷକ ନାହାନ୍ତି, ମଧ୍ୟାହ୍ନ ଭୋଜନ ଅବ୍ୟବସ୍ଥା ହେଉଛି ତ ଆମ କୁ ଯୋଗାଯୋଗ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଆୱାନ କରିଛନ୍ତି। 

Ad..


ଏହି ହ୍ଵାଟ୍ସଆପ ନମ୍ବର ୭୯୭୮୭୪୪୫୬୫ ରେ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସ୍ୱରୂପ ଭୋଇ, ଅତାବିରା ନିର୍ବାଚନ ମଣ୍ଡଳୀ ର ଜୟକୃଷ୍ଣ ଛୁରିଆ, ଭଟଲି ନିର୍ବାଚନ ମଣ୍ଡଳୀ ର ଶାହରୁଖ ଲୋଧିଆ... 

ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲମ୍ବୋଦର ସାହୁ, ଭଗବାନ ବେହେରା ଉପସ୍ଥିତ ଥିବା ବେଳେ ନାରୀ ନେତ୍ରୀ ମାରିୟମ ବାର୍ଲା, ଅସିତ ସାହୁ, ମିଲୁ ନାଗ, ସୁବଳ କହରା, ସରିତା ସୁନା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ



Report : Bijay ku sahu

Edited by k.s thakur...

Post a Comment

Previous Post Next Post