ଗୋପପୁର ମହିମା ମଠ ନବାନ୍ନ ଭକ୍ଷଣ ଉତ୍ସବରେ ଛତିଶଗଡ଼ ବିଧାୟକ ପୁରନ୍ଦର ମିଶ୍ର...

ଗୋପପୁର ମହିମା ମଠ ନବାନ୍ନ ଭକ୍ଷଣ ଉତ୍ସବରେ ଛତିଶଗଡ଼ ବିଧାୟକ ପୁରନ୍ଦର ମିଶ୍ର...


ପାଇକମାଲ,୧୦/୦୮ : ମହିମା ଧର୍ମ ସାଧୁ ସନ୍ଥଙ୍କ ଦ୍ୱାରା ଗୋପପୁର ମଠରେ ନବାନ୍ନ ଭକ୍ଷଣ ଉତ୍ସବ ପାଳନ ହୋଇଯାଇଛି।ମଠର ଅଧିଷ୍ଠାତା ସାଧୁ ନୃସିଂହ ଦାସ ଅଖଣ୍ଡ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।

      Ad..


ଓଡିଶା,ଛତିଶଗଡ଼ ରାଜ୍ୟର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ରାତ୍ରି ଉଜାଗର ରହି ମହିମା ଧର୍ମ ସଂପର୍କୀୟ ପ୍ରବଚନ,ଆଠ ଭଜନରେ ବିଭୋର ହୋଇଥିଲେ।

       Ad..


ଛତିଶଗଡ଼ ରାଜ୍ୟ ରାୟପୁର ପଶ୍ଚିମ ବିଧାୟକ ପୁରନ୍ଦର ମିଶ୍ର ଉତ୍ସବରେ ଯୋଗଦାନ କରି ମହିମା ଧର୍ମ ସାଧୁ ସନ୍ଥଙ୍କ ଆଶୀର୍ବାଦ ନେଇଥିଲେ।

Ad..


ମଠର ସାଧୁ ମାଖନ ଦାସ,ସାଧୁ ଗଣେଶ ଦାସ,ବିଜୟ ତ୍ୟାଗୀ,ପ୍ରୀତମ ତ୍ୟାଗୀ,ଜୀବନ ତ୍ୟାଗୀ,ରାମେଶ୍ୱର ତ୍ୟାଗୀ ସହଯୋଗ କରିଥିଲେ।ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post