ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଲେ ରାଜ୍ୟପାଳ...
ଭୁବନେଶ୍ଵର,୨୫/୦୮ : ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଲେ ରାଜ୍ୟପାଳ।
Ad..
ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ନେଇ ପଚାରି ବୁଝିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ଏହି ସମୟରେ ସେ ସାଙ୍ଗରେ ନେଇଥିବା ଫଳ ବି ଭେଟି ଦେଇଛନ୍ତି ନବୀନଙ୍କୁ।
Ad..
ପ୍ରାୟ ୨୦ ମିନିଟ୍ ଧରି ନବୀନଙ୍କ ସହିତ ଆଲୋଚନା କରିଥିଲେ ରାଜ୍ଯପାଳ। ଏହା ସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ନବୀନଙ୍କ ଆଶୁ ଆରୋଗ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ।
Ad..
ଏହା ପୂର୍ବରୁ ଶନିବାର ନବୀନଙ୍କୁ ମଧ୍ୟ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ସୂଚନା ଯୋଗ୍ୟ; ଗତ କିଛି ଦିନ ପୂର୍ବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଡିହ୍ରାଇଡେସନ ସମସ୍ୟା ଯୋଗୁ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
Ad..
ସେଠାରେ ତିନି ଦିନ ଧରି ଚିକିତ୍ସା ହେବା ପରେ ଅଗଷ୍ଟ ୨୦ ତାରିଖରେ ଘରୋଇ ମେଡିକାଲରୁ ଡିସଚାର୍ଜ ହୋଇଥିଲେ। ଏହା ପରେ ସୁସ୍ଥ ହୋଇ ନବୀନ ନିବାସ ଫେରିଥିଲେ ନବୀନ।Ad..
Edited by k.s thakur...
Tags:
Bhubaneswar
ex cm Nabin patnaik
governor
Hari babu kumbhampati
health
latest news
latest update
met
odisha daily current affairs






