ପଶ୍ଚିମ ଓଡିଶା ର ଭାଷା, କଳା ସଂସ୍କୃତି ର ପ୍ରଚାରକଙ୍କ ଜନ୍ମ ଜୟନ୍ତି ମହୋତ୍ସବ ; ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ପାଳିତ...

ପଶ୍ଚିମ ଓଡିଶା ର ଭାଷା, କଳା ସଂସ୍କୃତି ର ପ୍ରଚାରକଙ୍କ ଜନ୍ମ ଜୟନ୍ତି ମହୋତ୍ସବ ; ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ପାଳିତ...


ବରଗଡ଼/ବଲାଙ୍ଗିର,୨୦/୦୮(ବିଜୟ କୁମାର ସାହୁ): ଗତକାଲି ସ୍ଥାନୀୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ବଲାଙ୍ଗୀର ଠାରେ ଗୁରୁ ଭଗବାନ ସାହୁ କଳା ନିକେତନ ପକ୍ଷରୁ ପଶ୍ଚିମ ଓଡିଶା ର ଭାଷା, କଳା ସଂସ୍କୃତି ର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୯୫ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଅଛି।
      Ad..

କଳା ନିକେତନ ର ସଭାପତି ଡକ୍ଟର ବାସନ୍ତୀ ମଞ୍ଜରୀ ହନୁମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଶ୍ରୀକର ମିଶ୍ର, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବରେ... 

Ad..


କବି ଡକ୍ଟର ବନବାସ ମେହେର, କବି ସଚ୍ଚିଦାନନ୍ଦ ପଧାନ ପ୍ରମୁଖ ଯୋଗ ଦେଇ ଗୁରୁ ଭଗବାନ ସାହୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।ଅତିଥି ମାନଙ୍କ ଦ୍ୱାରା ନାଟ୍ୟ ଶ୍ରୀ ନିଶାର ଅହମ୍ମଦ ନିସାର ଙ୍କ କବିତା ସଂକଳନ ଭାବ କୁ ଉନ୍ମୋଚିତ ହୋଇଥିଲା।

    Ad..


ଏହି ଅବସରରେ ଶଦ୍ଧ ନୃତ୍ୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ଆଲୋଚକ ଭାବରେ ଶାସ୍ତ୍ରୀୟ ଶଦ୍ଧନୃତ୍ୟ ଗୁରୁ ଭାଗବତ ପଧାନ ଯୋଗ ଦେଇ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଉପରେ ଆଲୋଚନା କରି ଏହାର ପ୍ରାଚୀନତା, ସ୍ୱତନ୍ତ୍ରତା ଉପରେ ଆଲୋଚନା କରିଥିଲେ।

Ad..


କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିଲେ।

Ad..


ଦ୍ବିତୀୟ ଅଧିବେଶନରେ କବୟିତ୍ରୀ ରଶ୍ମୀ ପାତ୍ର ଓ ସବିତା ମହରା ଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ଅନୁଷ୍ଠାନ ର ଉପଦେଷ୍ଟା ଉମାକାନ୍ତ ହୋତା ଓ ଅଧ୍ୟାପକ ଧର୍ମେନ୍ଦ୍ର ପଧାନ ମଂଚାସୀନ  ହୋଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ କବି ସଂଯୁକ୍ତା ପରିଛା, କଳାକାର ଦିଲ୍ଲୀପ ଦୀପ, ନାଟ୍ୟକାର ପ୍ରକାଶ ଥନାପତି ବକ୍ତବ୍ୟ ପ୍ରଦାନ କରିଥିଲେ। ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। 

ଖୁସି ସାଂସ୍କୃତିକ ଓ ଗବେଷଣା ଅନୁଷ୍ଠାନ ର ନୃତ୍ୟଗୁରୁ ଜ୍ୟୋତି ରେଖା ତ୍ରିପାଠୀ ଙ୍କ ନିର୍ଦେଶନା ରେ ଲୋକ ନୃତ୍ୟ ପରିବେଷଣ ହୋଇଥିଲା।ଶେଷରେ ସଂପାଦକ ସଂଦୀପ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post