ନୂଆଖାଇ ପାଳନ ର ନିଆରା ସମର୍ପଣ ପରମ୍ପରା...

ନୂଆଖାଇ ପାଳନ ର ନିଆରା ସମର୍ପଣ ପରମ୍ପରା...


(ନୃସିଂହନାଥକୁ ଝିଟିକି ଗ୍ରାମ ରୁ ଆସିଲା ନୂଆଁଖାଇ ସାଲିଆନା ଭାର)

ବରଗଡ଼,୨୫/୦୮(ବିଜୟ କୁମାର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କୁ ସ୍ବତନ୍ତ୍ର ଭାବରେ ଗ୍ରହଣ କରାଯାଏ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରେ ପାଳନ କରାଯାଏ ଯାହାକି ନୂଆ ନୂଆ ଲାଗୁଥାଏ। ଏଭଲି ଏକ ପରମ୍ପରା ରହିଛି ଝିଟିକି ଗାଁ ଓ ନୃସିଂହନାଥ ପୀଠରେ।

      Ad..


ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍  ଝିଟିକି ଗ୍ରାମରୁ ପ୍ରତି ବର୍ଷ ନୁଆଁଖାଇ  ପାଇଁ ନୃସିଂହନାଥ ମନ୍ଦିର କୁ ଆସିଥାଏ ସାଲିଆନା ଭାର । ଯାହାକି ଝିଟିକି ଗ୍ରାମର ସମଗ୍ର ଗ୍ରାମବାସୀ ପ୍ରାୟ ୩୦୦ ପରିବାରର ଗାଁରେ ଘର ଘର ବୁଲି କୁଆଖାଇ ଖଞ୍ଜା ଅଢିଆ ସାମଗ୍ରୀ ସଂଗ୍ରହ କରନ୍ତି  ଓ ନୃସିଂହନାଥ ମନ୍ଦିର କୁ ଆଣି ପ୍ରଦାନ କରିଥାନ୍ତି। 

        Ad..


ସୋମବାର ଦିନ ପ୍ରାୟ ୩୫ ଜଣ ଗ୍ରାମବାସୀ ଚାଉଳ ୨କୁଇଣ୍ଟାଲ ୪୭ କେଜି, ମୁଗ ସାଢେ ୬କେଜି, ଘିଅ ଏକ କେଜି, ଗୁଡ ୨ କେଜି, ଲୁଣ ୫କେଜି ମାଖନ ୧୦ ଗୋଟି ନଡ଼ିଆ 5ଗୋଟି ଓ ଅନ୍ୟପନି ପରିବା ସହ...

Ad..


ଅଙ୍ଗୁର କଦଳୀ ଭାର ରେ ଆଣି ନୃସିଂହନାଥ ମନ୍ଦିର ର ଭଣ୍ତାର ମହୁରୀ ସତ୍ୟ ପୁରୋହିତ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଙ୍କ ପାଖରେ ଜମା ଦେଇଛନ୍ତି ।ଗ୍ରାମର ମୁଖିଆ ମାନଙ୍କ  ସହ ୩୫ ଜଣ ଗ୍ରାମବାସୀ  ସାଲିଆନା ଭାର ସହ  ଆସିଥିଲେ । 

Ad..


ସେମାନେ ସମସ୍ତେ ନୃସିଂହ ମହାପ୍ରଭୁଙ୍କୁ ଦର୍ଶନ କରି ଅନ୍ନ ପ୍ରସାଦ ଖାଇ ଖୁସିରେ ଘରକୁ ଫେରିଥିଲେ ।  ଏନେଇ ଗ୍ରାମବାସୀ ମାନଙ୍କୁ ପଚାରିବାରୁ ଆମେ ଆଣୁଥିବା ଜିନିଷ ନୂଆଖାଇ ଦିନ ଠାକୁରଙ୍କ ଠାରେ ଭୋଗ ଲାଗାଯାଇ ଭକ୍ତମାନଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟା ଯାଉଥିବାରୁ ପ୍ରତିବର୍ଷ ଆମେ ସାଲିଆନା ଭାର ମନ୍ଦିର କୁ ଆଣିଥାଉ ବୋଲି ସେମାନେ କହିଥିଲେ।

Ad..


ପ୍ରକାଶ ଥାଉକି ଆସନ୍ତା ଗୁରବାର ୨୮ତାରିଖ ୧୧ଟା ୫୧ ମିନିଟ ରୁ ୧୨ଟା ୨୧ ମିନିଟ ମଧ୍ୟରେ ନୃସିଂହନାଥ ମହାପ୍ରଭୁ ଙ୍କ ଠାରେ ନବାନ୍ନ ଭୋଗ ଲଗାଯିବ। 

ଏଭଲି ଏକ ମହାନ ପର୍ବ କୁ  ନୃସିଂହନାଥ ପ୍ରଭୁଙ୍କ ସେବାରେ ସମର୍ପଣ ଭାବନା ରଖି ପାଳନ କରନ୍ତି ଝିଟିକି ଗ୍ରାମବାସୀ ତାଙ୍କ ମହାନତା ଯୋଗୁଁ ନୃସିଂହନାଥ ପୀଠ ରେ ଯୋଡ଼ି ହୋଇ ରହିଛି ଭିନ୍ନ ଏକ ସମର୍ପିତ ପରମ୍ପରା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post