ନୃସିଂହନାଥ ମନ୍ଦିର ପରିଚାଳନା କମିଟି ତରଫରୁ ବୃଦ୍ଧାଶ୍ରମ ରେ ରୋଷେଇ ଓ ବସ୍ତ୍ର ସାମଗ୍ରୀ ବଣ୍ଟନ...
ବରଗଡ଼,୨୬/୦୮(ବିଜୟ କୁମାର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ହସଖୁସି ମନରେ ପାଳନ କରିବା ପାଇଁ ସମସ୍ତ ଙ୍କ ମନରେ ଉଦ୍ବେଗ ଓ ଆଶା ରହିଥାଏ।
Ad..
ଏହି ହସଖୁସି ର ପୂର୍ବ ନୂଆଁଖାଇ ପାଳନ ପାଇଁ କେହି ବଞ୍ଚିତ ନ ହୁଅନ୍ତୁ ବୋଲି କାମନା କରି ନୃସିଂହନାଥ ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିର ପରିଚାଳନା ଦାୟିତ୍ୱ ରେ ଥିବା ସଭାପତି ତଥା ପାଇକମାଳ ଏବିଡିଓ ଦେବାସିଷ ସିହ୍ନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ...
Ad..
ପୁରୁଷୋତ୍ତମ ପ୍ରଧାନ ଙ୍କ ଉପସ୍ଥିତି ରେ ନୃସିଂହନାଥ ଠାରୁ ପାଇକମାଳ ସ୍ଥିତ ନୃସିଂହନାଥ ବୃଦ୍ଧାଶ୍ରମ ର ଅନ୍ତୋବାସୀ ମାନଙ୍କୁ ଖାଇବା ରୋଷେଇ ସାମଗ୍ରୀ ସହ ବସ୍ତ୍ର ପ୍ରଦାନ କରାଯାଇଛି।
Ad..
ପ୍ରତ୍ୟେକ ବର୍ଷ ନୃସିଂହନାଥ ମନ୍ଦିର ପରିଚାଳନା କମିଟି ତରଫରୁ ନୂଆଁଖାଇ ସମୟରେ ଅସହାୟ ଓ ସମାଜରେ ଅବହେଳିତ ହୋଇ ରହିଥିବା କିଛି ଲୋକଙ୍କୁ ବସ୍ତ୍ର ଓ ଖାଇବା ରୋଷେଇ ସାମଗ୍ରୀ ବଣ୍ଟନ କରାଯାଇଥାଏ ।
Ad..
Ad..
ଏଥର ମଧ୍ୟ ନୂଆଁଖାଇ ପାଇଁ ବୃଦ୍ଧା ମାନଙ୍କୁ ନୂଆଁଖାଇ ସାମଗ୍ରୀ ବଣ୍ଟନ କରାଯାଇଛି।
Report : Bijay ku sahu
Edited by k.s thakur...






