ନୂଆଁଖାଇ ର ବିଶେଷ ପରମ୍ପରା ; ଗାଁ ରେ ଘର ଘର ବୁଲି ଝାଙ୍କର ଙ୍କ ନୂଆ ଧାନ ବଣ୍ଟନ...
ବରଗଡ଼,୨୭/୦୮(ବିଜୟ କୁମାର ସାହୁ): ସମଗ୍ର ପଶ୍ଚିମ ଓଡ଼ିଶା ରେ ପାଳନ ହେଉଛି ନୂଆଁଖାଇ। ଏହି ଅବସରରେ ସମସ୍ତ ପ୍ରସ୍ତୁତି ଶେଷ ସୋଇଥିବା ବେଳେ ପରମ୍ପରା ଅନୁଯାୟୀ ଗାଁ ଝାଙ୍କର ସାହି ସାହି ଘର ଘର ବୁଲି ନୂଆ ଧାନ ବାଣ୍ଟିଛନ୍ତି ।
Ad..
ଝାଙ୍କର ଙ୍କ ଧାନ ସହ ଘରେ ସଂଗ୍ରହ ହୋଇଥିବା ଧାନ କୁ ନେଇ ଲଗ୍ନ ଅନୁସାରେ ନୂଆଁ ଚରା ବା ନୂଆଁ ପ୍ରସ୍ତୁତ କରାଯାଇଥାଏ। ଝାଙ୍କର ପ୍ରଦାନ କରିଥିବା ନୂଆଧାନ ପ୍ରତି ବଦଳରେ ଝାଙ୍କର ଙ୍କୁ ଅଢିଆ ଆକାରରେ ଦକ୍ଷିଣା ପ୍ରଦାନ କରାଯାଇଥାଏ ।
Ad..
ଯାହାକି ଚାଉଳ,ମୁଗ,ଡାଲି,ଅର୍ଥ, ବସ୍ତ୍ର ପ୍ରଭୃତି ଯାହାର ଯେତିକି ସମ୍ଭବ ଦକ୍ଷିଣା ଦେଇଥାନ୍ତି। ଉକ୍ତ ଦକ୍ଷିଣା କୁ ଝାଙ୍କର ନେଇ ଗାଆଁହାରୀ ବା ଗ୍ରାମଦେବତୀ ଙ୍କ ପୂଜାର୍ଚ୍ଚନା ରେ ବ୍ୟବହାର କରି ପରିବାର ପୋଷଣ କରନ୍ତି।
Ad..
କେଉଁ ଆବାହମାନ କାଳରୁ ପରମ୍ପରା ଅନୁଯାୟୀ ଗାଁ ଝାଙ୍କର ଏହି ନୂଆ ଧାନ ବଣ୍ଟନ ପ୍ରକ୍ରିୟା ସମାପନ କରୁଛନ୍ତି। ବରଗଡ଼ ଜିଲ୍ଲା ପଦ୍ମପୁର ଗାଁ ରେ ସୁରେଶ ଝାଙ୍କର ଏହି ପରମ୍ପରା କୁ ସମ୍ପାଦନା...
Ad..
କରୁଥିବା ବେଳେ ତାଙ୍କ ପିତା, ଅଜା ଓ ପରିବାରବର୍ଗ ଦାୟିତ୍ଵ ତୁଲାଇ ଆସିଛନ୍ତି। ଏଭଲି ଏକ ନିଆରା ପରମ୍ପରା ନୂଆଁଖାଇ ରେ ପାଳନ ହୋଇଥାଏ ।
Report : Bijay ku sahu
Edited by k.s thakur...





