ICUରେ ବବି ଦାସଙ୍କୁ ଦେଖା କରିବାକୁ ଏତେ ଲୋକଙ୍କୁ ଅନୁମତି ଦେଲା କିଏ? ସୋସିଆଲ ମିଡିଆରେ ଭାଇରାଲ...
ଭୁବନେଶ୍ୱର,୧୭/୦୭ : ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ଏନେଇ ଭୁବନେଶ୍ୱରରେ ବିଜେଡି ବଡ଼ ଆନ୍ଦୋଳନ କରିଛି। ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧି ।
Ad..
ଗୁରୁବାର କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବିରୋଧି ବିଜେଡି ପକ୍ଷରୁ ବୁଧବାର ବାଲେଶ୍ୱରରେ ବନ୍ଦ ପାଳନ କରାଯାଇଥିଲା। ଏହିଦିନ ପୋଲିସ-ବିଜେଡି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ଉପୁଜିଥିଲା ଆନ୍ଦୋଳନ।
Ad..
ବିଜେଡି କର୍ମୀଙ୍କ ଉପରୁକୁ ପାଣି ମାଡ ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ଏହି ଲୁହାବୁହା ଗ୍ୟାସ ମାଡରେ ବିଜେଡି ନେତା ବବି ଦାସ ଆହତ ହୋଇଥିବା ବେଳେ ପ୍ରୀତିରଞ୍ଜନ ଘଡେଇ ଆହତ ହୋଇଥିବା ସୂଚନା ମିଳିଥିଲା।
Ad..
ଏହାପରେ ବବି ଦାସ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଥିଲା। ଏହାର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏସବୁ ଫଟୋରେ ଦେଖିବାକୁ ମିଳିଛି ଆଇସିୟୁରେ ଅନେକ ଲୋକ ବବିଙ୍କ ନିକଟରେ ଠିଆ ହୋଇଛନ୍ତି।
ଏବେ ପ୍ରଶ୍ନ ଉଠିଛି ଯେ ଏତେ ଲୋକଙ୍କୁ ଆଇସିୟୁ ଭିତରକୁ ଯିବାକୁ ଅନୁମତି ଦେଲା କିଏ? ଆଉ ଏକ ଫଟୋରେ ମଧ୍ୟ ବବିଙ୍କ ନିକଟରେ ଠିଆ ହୋଇଥିବା ଅଭିନେତ୍ରୀ ଏଲିନା ମଧ୍ୟ ଚାପି ଚାପି ହସୁଥିବା ଦେଖାଯାଇଛି।
ଏହାକୁ ନେଇ ବି ୟୁଜର୍ସ କହୁଛନ୍ତି ନେତାଙ୍କ ଅଭିନୟ ଦେଖି ଅଭିନେତ୍ରୀ ବି ଭଲ ହସୁଛନ୍ତି। ତେବେ ସତରେ କ’ଣ ବବି ଦାସ ଆଇସିୟୁର ଭର୍ତ୍ତି ହେବା ଭଳି ଆହତ ହୋଇଥିଲେକି? ଏମିତି ଅନେକ ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ଏହି ସମୟରେ ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ଆନ୍ଦୋଳନକାରୀଙ୍କୁ ଉଠାଇନେଇଥିଲା ପୋଲିସ। ଶତାଧିକ ବିଜେଡି କର୍ମୀ ଅଟକ ଥିଲେ । ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରତିବାଦ ତୀବ୍ର ରୂପ ଧାରଣ କରିଥିଲା।
Edited by k.s thakur...
Tags:
Bhubaneswar
BJD leader
boby dash
comments
ICU
latest news
latest update
odisha daily current affairs
viral pic




