ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ; ମୁଖ୍ୟମନ୍ତ୍ରୀ କଲେ ସହାୟତା ଘୋଷଣା...
ବାଲେଶ୍ଵର,୧୫/୦୭ : ସମ୍ପନ୍ନ ହେଲା ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଶେଷକୃତ୍ୟ । ଗତକାଲି ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୋମ୍ୟାଶ୍ରୀ ।
Ad..
ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ଗାଁ ବାଲେଶ୍ୱର ଜିଲ୍ଲା ଭୋଗରାଇର ପଳାସିଆକୁ ନିଆଯାଇଛି । ସେଠାରେ ତାଙ୍କର ଶେଷକୃତ୍ୟ ଆଜି ସକାଳେ ସମ୍ପନ୍ନ ହୋଇଛି । ପଳାସିଆ ଗାଁ ସ୍ମଶାନରେ ହଜାର ହଜାର ଅଞ୍ଚଳବାସୀ ସୌମ୍ୟାଶ୍ରୀଙ୍କୁ ଅଶ୍ରୁଳ ବିଦାୟ ଦେବାକୁ ଉପସ୍ଥିତ ଥିଲେ ।
Ad..
ସୌମ୍ୟାଶ୍ରୀଙ୍କୁ ହରାଇ ପୂରା ପଳାସିଆ ମ୍ରିୟମାଣ ହୋଇପଡିଛି । ତାଙ୍କ ବିୟୋଗ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।
Ad..
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରି ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା କରିଛନ୍ତି । ସହାୟତା ଘୋଷଣା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ଏଫଏମ କଲେଜର ଏଜୁକେସନ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ଲିଖିତ ଅଭିଯୋଗ କରିଥିଲେ ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀ । କିନ୍ତୁ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପରେ ଶେଷରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।
ସୂଚନା ଅନୁସାରେ ଗତ ୧୨ ତାରିଖ ମଧ୍ୟାହ୍ନରେ ଏଫଏମ କଲେଜ ପରିସରରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ।
Edited by k.s thakur...
Tags:
balasore
FM college victim
latest news
latest update
odisha daily current affairs
pass away
soumyashree bishi





We want justice
ReplyDeleteଯଦି ମୁଖ୍ୟ ମନ୍ତ୍ରୀ ନ୍ୟାୟ କରିବା ର ହିମ୍ମତ ଅଛି ତେବେ ଦୋଷୀ ଅଧ୍ୟାପକ କୁ ଫାଶୀ ଦଣ୍ଡ ଦିଅ ନଚେତ୍ ,,,, ତୁମର 20 ଲକ୍ଷ ଟଙ୍କା ଦରକାର ନାହିଁ ,,,,, କଲେଜ ର ଅଧ୍ୟାପକ ଙ୍କୁ ଫାଶୀ ଦିଅ ,,,,
BJP murdabad