ବରଗଡ଼ ମହିଳା ସମିତି ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ...

ବରଗଡ଼ ମହିଳା ସମିତି ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ...


ବରଗଡ଼,୦୯/୦୭ : ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ବରଗଡ଼ ସହରର ୱାର୍ଡ ୧, ଗଲି ନମ୍ବର ୧୦, ଜୀରା ନଦୀ କୂଳରେ ବସବାସ କରୁଥିବା ଗରିବ ଶ୍ରେଣୀ ପରିବାରଙ୍କୁ ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା।

        Ad..


ସମିତିର ଏକ ପ୍ରତିନିଧି ଦଳ ଜୀରା ନଦୀ ବନ୍ୟା ଜଳରେ ପ୍ରଭାବିତ ପ୍ରତ୍ୟେକ ଘରକୁ ଯାଇ ସେମାନଙ୍କ ଦୁଃସ୍ଥିତି ଦେଖିବା ସାଙ୍ଗକୁ ତାଙ୍କ ସମସ୍ୟା ପଚାରି ବୁଝିଥିଲେ। ସେ ଗୁଡିକର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଅଣାଯିବ ବୋଲି ସମିତି ପକ୍ଷରୁ ଆଶ୍ୱାସନା ଦିଆଯାଇଥିଲା । 

       Ad..


ଏହାପରେ ବନ୍ୟା ପ୍ରଭାବିତ ପ୍ରାୟ ୩୦ଟି ପରିବାରକୁ ଜରୁରୀ ଖାଦ୍ୟ ସାମଗ୍ରୀ ରିଲିଫ ବଣ୍ଟନ କରାଯାଇଥିଲା। ସମିତିର ସଭାନେତ୍ରୀ ଅଞ୍ଜନା ଦାସ, ସମ୍ପାଦିକା ସୁଧାଂଶୁବାଲା ଦାଶ ଓ କୋଷାଧ୍ୟକ୍ଷା ମମତା ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳକୁ ଅଙ୍ଗନୱାଡ଼ି ଦିଦି ପଙ୍କଜିନି ମେହେର ସହଯୋଗ କରିଥିଲେ। 

Ad..


ସମିତିର ସଭ୍ୟା ବୃନ୍ଦ କନକ, ଦିବ୍ୟକାନ୍ତି, ମନ୍ଦାକିନୀ, ବିନୋଦିନୀ, ପ୍ରତିମା, ଜୟଗିତା, ହରଜିନ୍ଦର, ସୁଜାତା, ସଂଗୀତା, ଜୟନ୍ତୀ, ସୁମିତ୍ରା, ସବିତା, ଇନ୍ଦ୍ରାଣୀ, ବାସନ୍ତୀ, ଭାରତୀ, ଅନୀମା, ପ୍ରତିମା, ଶୈବଳିନି, ରାଧାରାଣୀ, ପ୍ରଣତି, ରୀନୁ, ମୀନା, କମଳିନୀ ପ୍ରମୁଖ ସାମିଲ ହୋଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post