ଓଡ଼ିଶା ଛତିଶଗଡ ସୀମାନ୍ତ ବରଗଡ଼ ଜିଲ୍ଲା ପୁଟୁକା ଗାଁ ରେ କେବେ ସମାଧାନ ହେବ ପାନୀୟଜଳ ସମସ୍ୟା...

ଓଡ଼ିଶା ଛତିଶଗଡ ସୀମାନ୍ତ ବରଗଡ଼ ଜିଲ୍ଲା ପୁଟୁକା ଗାଁ ରେ କେବେ ସମାଧାନ ହେବ ପାନୀୟଜଳ ସମସ୍ୟା...


ବରଗଡ଼,୧୫/୦୭ : ଓଡିଶା ଓ ଛତିଶଗଡ ସୀମାନ୍ତ ରେ ଅବସ୍ଥିତ ବରଗଡ଼ ଜିଲ୍ଲା ର ଏକ ଉପାନ୍ତ ଗାଁ ପୁଟୁକା। ସ୍ବାଧୀନତା ର ଦିର୍ଘ ବର୍ଷ ପରେ ମଧ୍ୟ ମୈଲିକ ସୁବିଧା ରୁ ବଞ୍ଚିତ ଗ୍ରାମବାସୀ। 

     Ad..


ପଦ୍ମପୁର ଉପଖଣ୍ଡ ଜଗଦଲପୁର ପଞ୍ଚାୟତ ଅନ୍ତର୍ଗତ ପୁଟକା ଗାଁ ର ଜନସଂଖ୍ୟା ପ୍ରାୟ ୮୦୦ ଭିତରେ। ଅତି ସାଧାରଣ ଜୀବନଯାତ୍ରା ମଧ୍ୟ ରେ ଅଧିକାଂଶ ସୁବିଧା ସୁଯୋଗ ଥିଲେ ମଧ୍ୟ ପାନୀୟଜଳ ସ୍ବପ୍ନ ପାଲଟିଛି। 

Ad..


ମୃତ୍ତିକା ଉର୍ବର ହୋଇନଥିବା ଓ ପଥର ରେ ପୂର୍ଣ ସ୍ଥାନ ହୋଇଥିବା ରୁ ପାଖ ଆଖ ଅଂଚଳ ସମେତ ପୁଟକା ଗାଁ ରେ ଗଭୀର ନଳକୂପ କାର୍ଯ୍ଯ ଫେଲ ମାରୁଛି। ଓଭର ହେଡ ଟ୍ୟାଙ୍କ ସହ ଘରକୁ ଘର ପାଇପ୍ ସଂଯୋଗ ଲାଗିଛି ଅଥଚ କାମ କେବେ ସଂପୂର୍ଣ୍ଣ ହୋଇପାରୁ ନାହିଁ। 

Ad..


ଖରା ସମୟ ରେ ଦିର୍ଘ ଚାରି କିଲୋମିଟର ଦୂରରୁ ପିଇବା ପାଣି ଆଣୁଥିବା ବେଳେ ବର୍ଷା ସମୟରେ ଛତିଶଗଡ଼ ଅଂଚଳ ରୁ ଝରି ଆସୁଥିବା ଏକ ନାଲା ର ପାଣି ପିଇବାକୁ ପଡ଼ିଥାଏ । ଗାଧୋଇବା ସହ ଖାଇବା ଓ ପିଇବା ପାଇଁ ପାଣିର ଶହେ ପ୍ରତିଶତ ଆବଶ୍ୟକତା ଥିଲେ ମଧ୍ୟ ନିଜ ଭାଗ୍ୟ କୁ ଆଦରି ଜୀବନ ଅତିବାହିତ କରିବାକୁ ପଡୁଛି । 

ଗାଁ ର ନିତିଦିନିଆ ପାଣି ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପ୍ରଶାସନ ପାଖରେ ଦାବି କଲେ ମଧ୍ୟ କିଛି ଫଳ ମିଳୁନଥିବା ସାଧୁ ପୋଢ, ତପନ ସେଠ୍ ଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

ଉକ୍ତ ଅଭିଯୋଗକୁ ନେଇ ଝାରବନ୍ଧ ବିଡ଼ିଓ ପର୍ଶୁରାମ ପଣ୍ଡା କହିଛନ୍ତି ଯେ ପୂର୍ବରୁ ଉକ୍ତ ଗାଁ କୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ ହୋଇଥାଏ । ମାଟି ଠିକ୍ ନ ଥିବାରୁ ସେ ଅଂଚଳ ରେ ଗଭୀର ନଳକୂପ କାର୍ଯ୍ଯ ଖ୍ଯମତା ରହୁନାହିଁ ଫଳରେ ସମସ୍ୟା ରହିଛି। 

ଗ୍ରାମାଞ୍ଚଳ ରେ ଜନସାଧାରଣ ଙ୍କୁ ସ୍ବଚ୍ଛ ଓ ସୁବିଧା ରେ ପାନୀୟ ଜଳ ଯୋଗାଣ ପାଇଁ ସରକାର ଗୁରୁତ୍ବ ଦେଉଥିବା ବେଳେ ଏହି ପୁଟୁକା ଗାଁ ରେ କେବେ ସ୍ଥାୟୀ ଭାବରେ ପାନୀୟଜଳ ଯୋଗାଣ ହୋଇପାରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post