ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ...

ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ...


ଜୟପୁର,୨୫/୦୭ : ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ। 

Ad..


ଜୟପୁର ଓ ଭୁନେଶ୍ବରର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି।ଜୟପୁର ପିଆର ପେଟାରେ ଥିବା ପୈତୃକ ଘର, ଗୋଲଡେନ ହାଇଟ ଆପାର୍ଟମେଂଟରେ ଥିବା ଦୁଇଟି ଫ୍ଲାଟରେ ଚାଲିଛି ଚଢାଉ। ସେହିପରି ବନେଶ୍ୱର ରଘୁନାଥପୁରରେ ଥିବା ଭାଇଙ୍କ ଫ୍ଲାଟରେ ମଧ୍ୟ ରେଡ୍ ଚାଲିଛି। ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ ଚାଲିଛି।

      Ad..


ଏ ପର୍ଯ୍ୟନ୍ତ ରେଞ୍ଜରଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା ସହ ୧ କୋଟି ୪୪ ଲକ୍ଷ ଟଙ୍କା ସହ ସୁନା ବିସ୍କୁଟ ଓ ଅଧ କେଜି ସୁନା କଏନ ଜବତ ହୋଇଛି।

Ad..


ଏହି ଚଢ଼ାଉରେ ୬ଜଣ ଡ଼ିଏସପି, ୫ ଇନିସ୍ପେକ୍ଟରଙ୍କ ସମେତ ୯ଜଣ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ଅଛନ୍ତି ।ରାମା ଚନ୍ଦ୍ର ନେପାକ ୧୯୮୯ ମସିହା ମାର୍ଚ୍ଚ ମାସରେ କୋରାପୁଟ ସାମାଜିକ ବନୀକରଣ ବିଭାଗରେ ଗ୍ରାମ ବନ କର୍ମଚାରୀ ଭାବରେ ଯୋଗ ଦେଇଥିଲେ।

ଏବଂ ଆଞ୍ଚଳିକ ବନୀକରଣ ସହିତ ସାମାଜିକ ବନୀକରଣର ମିଶ୍ରଣ ପରେ, ତାଙ୍କୁ ଜୟପୁର ବନ ବିଭାଗରେ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ, ସେ ଜୟପୁର ବନାଞ୍ଚଳ ରେଞ୍ଜରେ ଡେପୁଟି ରେଞ୍ଜର ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ମାସିକ ଦରମା ଟଙ୍କା ପ୍ରାୟ ୬୯ ହଜାରରୁ ୭୬ ହଜାର ।



Edited by k.s thakur...

Post a Comment

Previous Post Next Post