ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି ; ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର...
ଭୁବନେଶ୍ବର,୩୧/୦୭ : ଚାଷୀ ପଞ୍ଜିକରଣ ସମସ୍ୟା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ୩୮ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି।
Ad..
ଗତବର୍ଷ ଏହି ସମୟରେ ୩ ଲକ୍ଷ୍ୟ ୪୮ ହଜାର ଚାଷୀ ପଞ୍ଜିକରଣ କରିଥିଲେ। ଏଥିରେ ବେଶି ବ୍ୟବଧାନ ନାହିଁ । ଗତବର୍ଷ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଥିଲା ଏଥର ପଞ୍ଜିକରଣ ୪ ଦିନ ବିଳମ୍ବରେ ଆରମ୍ଭ ହୋଇଛି ।
Ad..
ପଞ୍ଜିକରଣରେ ମାତ୍ର ୧୦ ହଜାର ବ୍ୟବଧାନ ରହିଛି। ଚାଷୀ କେବଳ ଗୋଟିଏ ସେଲ୍ପ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରିବେ। ଯାହା ନାଁ ରେ ରେକର୍ଡ ଯଥା ବାପା କିମ୍ବା ଭାଇ ନାଁ ରେ ରେକର୍ଡ ଥିଲେ କେବଳ ଲେଖିକି ଦେବେ।
Ad..
ଚାଉଳ ପ୍ରସଙ୍ଗରେ ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲି ସେ ଚାଉଳ ପ୍ରସଙ୍ଗରେ ଆଶ୍ବାସନା ଦେଇଛନ୍ତି। ଏଯାଏଁ କିଛି ଅର୍ଡର ଅସିନି। ଇତି ମଧ୍ୟରେ ଉପମୁଖ୍ୟାମନ୍ତ୍ରୀଙ୍କ ନେତୃତ୍ବରେ ମଧ୍ୟ ଏକ ଟିମ୍ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି।
Ad..
ଖୁବଶୀଘ୍ର ତାହାର ସମାଧାନ ହେବ। ଖରିଫ ପାଇଁ ଏବେ ପଞ୍ଜିକରଣ ହେଉଛି । ଗତବର୍ଷ ୭୩ ଲକ୍ଷ ୪୬ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ଏବର୍ଷ ଆଉଟିକେ ଅଧିକ ସଂଗ୍ରହ ହେବ ।
ପଞ୍ଜିକରଣ ପରେ କେତେ ଧାନ ସଂଗ୍ରହ ହେବ ଆଉଟିକେ ସ୍ପଷ୍ଟ ହୋଇଯିବ। ଇ-କେୱାଇସିରେ ଅନେକ ଅଯୋଗ୍ୟ ଚାଷୀ ଧରାପଡ଼ିଲେଣି। ସେଥିରୁ ମଧ୍ୟ ଚାଷୀ ସଂଖ୍ୟା କମିପାରେ। ଚାଷ ଯେଉଁ ଜାଗାରେ ହେଉ ନଥିଲା ସେଠି ବି ଏଥର ଚାଷ ହୋଇଛି।
ନିଶ୍ଚୟ ଧାନ ଏବଂ ଚାଉଳ ଉତ୍ପାଦନ ବଢିବ। ସରକାର ପ୍ରସ୍ତୁତ ଅଛନ୍ତି। ଯେତେ ଉତ୍ପାଦନ ହେବ ଆମେ ନେବୁ ବୋଲି ସେ କହିଛନ୍ତି।
ସେହିପରି ଆଇରିସ୍ ସ୍କାନର ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ଇ-କେୱାଇସି ଲାଗୁ ହୋଇଛି । ଚାଷୀ କିଏ ମଧ୍ୟସ୍ଥି କିଏ ଜଣା ପଡ଼ିବ। ଆଇରିସ୍ ସମସ୍ୟା ଆସିଥିଲା । ସମାଧାନ ହେଲାଣି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।
Edited by k.s thakur...
Tags:
Bhubaneswar
farmers registration
latest news
latest update
minister krushna Chandra patra
odisha daily current affairs





