ବିଜୁ ଏକ୍ସପ୍ରେସୱେ ରାସ୍ତା ଡିଭାଇଡର ରେ ଅନାବନା ଗଛ ଜୀବନ ପ୍ରତି ବିପଦ...

ବିଜୁ ଏକ୍ସପ୍ରେସୱେ ରାସ୍ତା ଡିଭାଇଡର ରେ ଅନାବନା ଗଛ ଜୀବନ ପ୍ରତି ବିପଦ...


ବରଗଡ଼,୦୬/୦୭ : ବରଗଡ଼ ଜିଲ୍ଲା ସୋହେଲା ଠାରୁ ନୂଆପଡା ପର୍ଯ୍ୟନ୍ତ ଦିର୍ଘ ୧୩୦ କିମି ବିଜୁ ଏକ୍ସପ୍ରେସୱେ ରାସ୍ତା ତିଆରି ସମୟରେ ହଜାର ହଜାର ଗଛ କଟାଯାଇଥିବା ବେଳେ ନୂଆ ଗଛ ଲଗାଗଲା ନାହିଁ ଯାହା ଏବେ ରାସ୍ତା ତିଆରି ପରେ ବାଟୋଇ ଙ୍କୁ ବିପଦ ଦେଉଛି। 

       Ad..


ପୂର୍ବରୁ ଖରା ବର୍ଷା ସମୟରେ ବାଟୋଇ ଗଛ ତଳେ ଛାଇ ପାଇଁ ଅଟକି ପାରୁଥିଲା ଯାହା ଆଉ ନାହିଁ। ସେ ଯାହାବି ହେଲା ନୂଆଁ ରାସ୍ତା ତିଆରି ଅଂଚଳ ପାଇଁ ଏକ ବରଦାନ ସାବ୍ୟସ୍ତ ହେଲା କିନ୍ତୁ ଏବେ ଉକ୍ତ ରାସ୍ତା ସୁବିଧା କମ୍ ଓ ଅସୁବିଧା ଅଧିକ ସୃଷ୍ଟି କରି ଜନଜୀବନ ପ୍ରତି ଅଧିକ ବିପଦ ସୃଷ୍ଟି କରୁଛି।

   Ad..


ରାସ୍ତା ର ଅଧିକାଂଶ ସ୍ଥାନରେ ବେଆଇନ ଭାବରେ ଡିଭାଇଡର ଭଙ୍ଗା ଯାଇ ରାସ୍ତା ତିଆରି କରାଯାଉଛି ଯାହା ଦୂର୍ଘଟଣା ଘଟିବାରେ ସହାୟତା କରୁଛି । ଏଥିପାଇଁ ଅନେକ ଦୂର୍ଘଟଣା ଘଟି ଧନଜୀବନ ହାନି ହେଲାଣି। ଆହୁରି ଡିଭାଇଡର ମଝିରେ ଅନାବନା ଗଛ ଆହୁରି ବିପଦପୂର୍ଣ୍ଣ ହୋଇଛି। 

Ad..


ରାସ୍ତା ମଝି ଡିଭାଇଡର ଭିତରେ ଅନାବନା ଗଛ ବଢି ଯାଇଥିବାରୁ ବେଆଇନ ଡିଭାଇଡର ଭଙ୍ଗା ସ୍ଥାନ ରୁ କୈାଣସି ବାଇକ୍ କିମ୍ବା ଗାଡ଼ି ମୋଟର ବାହାରି ରାସ୍ତା ଉପରକୁ ଆସିଲେ ଦୂର୍ଘଟଣା ଘଟୁଛି ଏଥିପାଇଁ ବିଜୁ ଏକ୍ସପ୍ରେସୱେ ରାସ୍ତା ତିଆରି କରିଥିବା ବିଭାଗ ଦୃଷ୍ଟି ଦେଉନାହିଁ ଫଳରେ ଜୀବନ ହାନି ଘଟି ଅପ୍ରିତୀକର ପରିସ୍ଥିତିକୁ ଲୋକ ସାମ୍ନା କରୁଛନ୍ତି।



Report : Bijay ku sahu

Edited by k.s thakur...


Post a Comment

Previous Post Next Post